Pratidin TV

Odisha's Digital News Platform

ବଡ ଭାଇ ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ…

1 min read

ପାଳଲହଡା : ନିଜ ରକ୍ତର ଭାଇ ହୋଇ ବୁହାଇଲା ନିଜ ଭାଇର ରକ୍ତ ନଦୀ । ସାମାନ୍ୟ ଜମି ବାଡି କଳହରୁ ସାନ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି ବଡ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମ ରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଘଟିଯାଇଛି।

ସୂଚନା ମୁତାବକ ପଦାପଶି ଗ୍ରାମ ର ସାନ ଭାଇ ଖଜୁରୀ କିସାନ ଓ ବଡ ଭାଇ ଲୋକନାଥ କିସାନ ଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ି କୁ ନେଇ ବିବାଦ ଲାଗିରହିଥିବା ଜଣାପଡିଛି। ସାନ ଭାଇ ଖଜୁରୀ କିସାନ ଘର ବାହାରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବଡଭାଇ ଲୋକନାଥ କିସାନ ଏକ ଧାରୁଆ ଟାଙ୍ଗିଆରେ ବଡ଼ ଭାଇର ଗଳାକାଟି ହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ଖଜୁରୀଙ୍କୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।

Advertisement

ଏହି ଖବର ଚାରିଆଡେ ପ୍ରଚାର ହେବାପରେ ବଡଭାଇ ଖମାର ଥାନା ରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ଶବବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *