Pratidin TV

Odisha's Digital News Platform

ଦିଅର ସାଜିଲେ ବର : ଭାଉଜଙ୍କ ଖାଲି ମଥାରେ ଭରିଲେ ସିନ୍ଦୁର..

1 min read

କେନ୍ଦ୍ରାପଡା : ଭାଇ ଅଫେରା ରାଇଜକୁ ଯିବା ପରେ ଭାଉଜଙ୍କ ହାତ ଧରିଲେ ଦିଅର । ବଡ ଭାଇକୁ ପ୍ରେମ କରି ବିବାହ କରି ଥିଲେ ଭାଉଜ ,ସୁଖର ସାଂସାର ଚାଲୁଥିବା ବେଳେ ଅବେଳରେ ଚାଲିଗଲେ ସ୍ୱାମୀ । ଆଉ ଆସାୟ ହୋଇପଡିଲେ ଥିଲେ ପ୍ରେମିକାରୁ ପତ୍ନୀ ବନି ଥିବା କାଜଲ ସେଠୀ ଙ୍କର ଏ ଦୁଃଖ ଦେଖିପାରିଲେ ନାହିଁ ଶାଶୂ ଓ ଶଶୁର । ଆବୁଧାବିରେ ଚାକିରି କରୁଥିବା ସାନ ପୁଅକୁ ଡ଼ାକି ତାଙ୍କ ସହ ବାହାଘର କରାଦେଲେ । ଆଜି ଏପରି ଖବର ଆସୁଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର କୁମ୍ଭାର ଟଙ୍କା ଗ୍ରାମରୁ ।

୬ ବର୍ଷ ତଳେ ଆଳି ବ୍ଲକ୍ କୁମ୍ଭାରଟଙ୍କା ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନୀଲ ସେଠୀ ସେହି ଗାଁର କାଜଲ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସୁନୀଲ ନିଜ କାମରେ ବ୍ୟସ୍ତ ହୋଇଗଲେ ଓ କାଜଲ ଶାଶୂ, ଶ୍ୱଶୁର ଏବଂ ଘର କାମରେ ନିଜକୁ ନିୟୋଜିତ କରୁଥିଲେ। ବେଶ୍ ହସ ଖୁସିରେ ଚାଲିଥିଲା ପାରିବାରିକ ସାଂସଦର ରଥ। ପରେ ମାଆ ହେଲେ କାଜଲ। ତିନି ଛୁଆ, ସ୍ୱାମୀ, ଶାଶୂ ଓ ଶ୍ୱଶୁରକୁ ସୁଖର ସଂସାର ଗଢ଼ୁଥିବା କାଜଲଙ୍କ ଭାଗ୍ୟ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ।

Advertisement

ପ୍ରେମିକରୁ ସାତ ଜନମର ଜୀବନ ସାଥୀ ବନିଥିବା ସୁନୀଲ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ସୁନୀଲଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଭାଙ୍ଗି ପଡ଼ିଥିଲେ କାଜଲ ଓ ତାଙ୍କ ପରିବାର ଲୋକେ। ବହୁ ଚିକିତ୍ସା କରାଯାଇଥିଲେ ମଧ୍ୟ ସୁନୀଲଙ୍କ ଜୀବନ ବଞ୍ଚାଇ ପାରିନଥିଲେ ଡାକ୍ତର। ଦେଢ଼ ବର୍ଷ ତଳେ କାଜଲ୍ଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ ସୁନୀଲ। ଆଉ ଭାଙ୍ଗି ଗଲା କାଜଲଙ୍କର ସବୁ ସ୍ୱପ୍ନ। ସମ୍ପୂର୍ଣ୍ଣ ବେସାହାରା ହୋଇଗଲେ କାଜଲ। ସିନ୍ଥିରୁ ଲିଭିଗଲା ସିନ୍ଦୂର। କୁନି କୁନି ତିନି ପିଲା ବାପା ଛେଉଣ୍ଡ ହୋଇଗଲେ।

ସେପଟେ ତିନି ପିଲା ଓ ବୋହୂ କାଜଲଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଲେ ଶଶୂର ପୁରୁଷୋତ୍ତମ ଏବଂ ଶାଶୁ ଶାନ୍ତିଲତା।ଏହାରି ଭିତରେ ଦିଅର ଅନୀଲ ପରିବାର ଲୋକଙ୍କ ପ୍ରସ୍ତାବ ଓ କାଜଲଙ୍କ ସମ୍ମତି କ୍ରମେ ତାଙ୍କୁ ବିବାହ କରିଛନ୍ତି । ସମାଜରେ ପ୍ରଚଳିତ ସବୁ ପ୍ରାଚୀନ ପ୍ରଥା ଓ ପରମ୍ପରା କେବଳ ଅନ୍ଧବିଶ୍ୱାସ ନୁହେଁ । କିଛି ପରମ୍ପରା ସମାଜ ଓ ବ୍ୟକ୍ତିର ହିତ ବି ସାଧନ କରିଥାଏ । କାହିଁ କେଉଁ କାଳରୁ ଏମିତି ଏକ ପ୍ରଥା ଆମ ସମାଜରେ ବିଶେଷକରି ଗ୍ରାମାଞ୍ଚଳରେ ଚଳି ଆସିଛି ଯେ ଯଦି ଯୁବାବସ୍ଥାରେ କୌଣସି ବିବାହିତ ପୁରୁଷଙ୍କର ମୃତ୍ୟୁ ହେଉଛି ତାହେଲେ ତାଙ୍କ ସାନ ଭାଇ ବା ଦିଅର ପରିବାରର ସମ୍ମତିକ୍ରମେ ଭାଉଜଙ୍କୁ ବିବାହ କରିଥାନ୍ତି ।

Leave a Reply

Your email address will not be published. Required fields are marked *