ଭାଇ ଭୁଲିଗଲା ସର୍ମ୍ପକ, ରାଗରେ କଟୁରୀ ଧରି ସାନଭାଇକୁ ହାଣିଦେଲା
1 min readବାଲେଶ୍ୱର : ଘରୋଇ କଳହର କରୁଣ ପରିଣତି । ଭାଇ ସାଜିଲା ଭଗାରୀ । ଜନ୍ମ କଲା ମାଆ କୁ ଆକ୍ରମଣ କରୁଥିବା ବେଳେ ବଡ ଭାଇ ଅଟକାଇବାରୁ କଟୁରୀ ଧରି ବଡ ଭାଇକୁ ହାଣିଲେ ସାନ ଭାଇ । ବାଲେଶ୍ୱରରୁ ଆସିଛି ଏଭଳି ହୃଦୟବିଦାରକ ଘଟଣା । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମର ବାସିନ୍ଦା ହେଉଛନ୍ତି ସାବିତ୍ରୀ ଗିରି । ସେ ଦୁଇ ପୁଅ ଏବଂ ବୋହୂ ସହ ସେଠାରେ ବସବାସ କରି ଆସୁଥିଲେ । କୌଣସି କଥାକୁ ନେଇ ଗତକାଲି ସଂଧ୍ୟାରେ ସାବିତ୍ରୀଙ୍କ ସହ ସାନ ପୁଅ ସୁଶାନ୍ତଙ୍କ ପାଟିତୁଣ୍ଡ ହୋଇଥିଲା । ତେବେ ଏଥିରେ ରାଗି ଯାଇ କଟୁରୀ ଆଣି ମାଆ ମୁଣ୍ଡକୁ ପାହାର ପକାଇଥିଲେ ସୁଶାନ୍ତ । ଏବଂ ମାଆକୁ ଉଦ୍ଧାର କରିବାକୁ ଯାଇ ବଡ ଭାଉଜ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ସୁଶାନ୍ତ ଘରର ସାନ ପୁଅ ଥିବା ବେଳେ ତାଙ୍କ ଆଉ ଏକ ବଡ ଭାଇ ଅଛନ୍ତି । ମା ସାବିତ୍ରୀ ଗିରି ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ମାଆଙ୍କ ପାଟି ଶୁଣି ଦୌଡି ଆସିଥିଲେ ବଡ ପୁଅ ଗୋପାଳ । ଗର ଭିତରେ ମାଆ ଓ ସ୍ତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ପାଖରେ ସୁଶାନ୍ତ ଠିଆ ହୋଇଥିଲେ ।
ଏଥିରେ ରାଗି ଯାଇ ଗୋପାଳ ପ୍ରଶ୍ନ କରିବାରୁ ସୁଶାନ୍ତ ରାଗରେ ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ ।କିନ୍ତୁ ଏତିରେ ବିଫଳ ହୋଇଥିଲେ ସୁଶାନ୍ତ । ଓଲଟା ଗୋପାଳ ଉତକ୍ଷିପ୍ତ ହୋଇ ଏକ ଧାରୁଆ କଟୁରୀ ରେ ସୁଶାନ୍ତଙ୍କ ମୁଣ୍ଡକୁ ହାଣି ଦେଇଥିଲେ ।ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଲଙ୍ଗଳେଶ୍ୱର ସ୍ୱାସ୍ଥ୍୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଡ ପୁଅ ଗୋପାଳ ଗିରି ଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।