Pratidin TV

Odisha's Digital News Platform

ଗୁଣି ଗାରଡି ସନ୍ଦେହରେ, ବୃଦ୍ଧଙ୍କ ଉପରକୁ ଏସିଡ ମାଡ କଲେ ଦୁଇ ଜଣ ଯୁବକ…

1 min read



ମହାରାଷ୍ଟ୍ର: ଏସିଡ ମାଡରେ ବୃଦ୍ଧ ମୃତ । ଗୁଣି ଗାରେଡି ସନ୍ଦେହ କରି ଏସିଡ ମାଡ କଲେ ଦୁଇ ଯୁବକ । ଦୀର୍ଘ ଦିନ ହେବ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ ପିଡିତ ବୃଦ୍ଧ । ଅନେକ ଦୀନନ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଛନ୍ତି ବୃଦ୍ଧ ଜଣକ । ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଜାଲନାରେ । ପୋଲିସର ସୂଚନା ମୁତାବକ ସେପ୍ଟେମ୍ବର ୨ ତାରିଖରେ ଅଭିଯୁକ୍ତ ନନ୍ଦୁ ଶେଜୁଲ ଏବଂ ଭାସ୍କର ସାବଲ ବୃଦ୍ଧ ଶ୍ରୀରଙ୍ଗ ଶେଜୁଲଙ୍କୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ । ବୃଦ୍ଧ ଶ୍ରୀରଙ୍ଗ ଶେଜୁଲ ସେମାନଙ୍କୁ ଗୁଣିି କରିଥିବା ନେଇ ସନ୍ଦେହ କରୁଥିଲେ ଯୁବକ ଦ୍ୱୟ । ଆଉ ସୁଯୋଗ ଦେଖି ସେହି ବୃଦ୍ଧ ଲୋକଙ୍କୁ ଏସିଡରେ ଆକ୍ରମଣ କରିଥିଲେ । ଫଳରେ ବୃଦ୍ଧ ଜଣକ ଗୁରୁତର ଭାବେ ଅହାତ ହୋଇଥିଲେ । ସେଠାରୁ ଆହାତଙ୍କୁ ତୁରନ୍ତ ଜାଫରବାଦ ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଅବସ୍ଥା ସଂଙ୍କଟା ପର୍ଣ୍ଣ ହେବାରୁ ତାଙ୍କୁ ଛତ୍ରପତି ସମ୍ୱାଜୀ ନାଗରର ମେଡିକାଲ କଲେଜକୁ ପଠାଯାଇଥିଲା । ସେଠାରେ ସେ ପ୍ରାୟ ୧୭ ଦିନ ଧରି ଚିକିତ୍ସିତ ହେଉଥିବା ବେଳେ ଚଶେଷରେ ମୃତ୍ୟୁ ବରଣ କରିଥିଲେ । ମୃତକଙ୍କ ପୁଅ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।


ବର୍ତ୍ତମାନ ପୋଲିସ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରି, ସେମାନଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଘରୁ ଏସିଡ ଜବତ କରାଯାଇଛି । ପୋଲିସର ପ୍ରାରମ୍ଭିକ ପଚରାଉଚରା ବେଳେ ଧରାପଡିଥିବା ଯୁବକ ଜଣକ କହିଛନ୍ତି ଯେ ପ୍ରାୟ ୩ ମାସ ପୂର୍ବେ ଉଭୟ ଅଭିଯୁକ୍ତ ଶ୍ରୀରଙ୍ଗଙ୍କୁ ସେମାନଙ୍କ ବିରୁଦ୍ଧରେ ଗୁଣି ଗାରେଡି କରିଥିବା ଅଭିଯୋଗ କରିଥିଲେ । ଆଉ ଯଦି ଏହାକୁ ସେ ବନ୍ଦ ନକରନ୍ତି ତେବେ ସେମାନେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଆଉ ଏହି କାରଣ ହେତୁ ଉଭୟ ଯୁବକ ଶ୍ରୀରଙ୍ଗଙ୍କୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ । ପରେ ଶ୍ରୀରଙ୍ଗଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ କ୍ଷତର ଗଭୀରତା ହେତୁ ତାଙ୍କ ଜୀବନ ରକ୍ଷା ହୋଇପାରି ନଥିଲା । ବର୍ତ୍ତମାନ ପୋଲିସ ଦ୍ୱିତୀୟ ଅଭିଯୁକ୍ତକୁ ଖୋଜିବାରେ ବ୍ୟସ୍ତ ଅଛି ।

Advertisement

Leave a Reply

Your email address will not be published. Required fields are marked *