Pratidin TV

Odisha's Digital News Platform

ଦୀପାଳି ଦାସଙ୍କ ଶକ୍ତି ପ୍ରଦର୍ଶନ , ଗାଁରୁ ଗାଁ କରୁଛନ୍ତି ନିର୍ବାଚନୀ ପ୍ରଚାର ..

ଗାଁଠୁ ସହର ଜମୁଛି ନିର୍ବାଚନୀ ପ୍ରଚାର । ସଭା ସମିତି, ଶୋଭାଯାତ୍ରା ସମାବେଶ କରି ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରୟାସରେ ପ୍ରମୁଖ ଦଳର ପ୍ରାର୍ଥୀମାନେ । ଏହି କ୍ରମରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ କୋଲାବିରା ବ୍ଳକର କେଲଡାମାଲ ଓ କୁଲିହାମାଲ ଗ୍ରାମ ପଞ୍ଚାୟତରେ ବିଶାଳ ଶୋଭାଯାତ୍ରା ସହ ନିର୍ବାଚନୀ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି । ଉଭୟ ପଞ୍ଚାୟତର ସମସ୍ତ ଗ୍ରାମରେ ଦୀପାଳି ଦାସ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ସମସ୍ତ ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହିତ ଝାରସୁଗୁଡ଼ା ଜିଲ୍ଲାରେ ବିକାଶର ଧାରାକୁ ଆଗେଇ ନେବା ପାଇଁ ଅନୁରୋଧ କରିଥିଲେ। ବିଗତ ଦିନରେ ଅଞ୍ଚଳରେ ଯେଉଁ ବିକାଶ ମୂଳକ କାର୍ଯ୍ୟ ହୋଇଛି ତାହାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଦୀପାଳି ଦାସ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୀପାଳି ଦାସଙ୍କ ସହିତ ବ୍ଲକସ୍ତରୀୟ ସମସ୍ତ ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *