Pratidin TV

Odisha's Digital News Platform

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ ..

1 min read

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ନିତର୍ବାଚନ କମିଶନ। ଏହି ଘୋଷଣା ଅନୁସାରେ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟରେ ହେବ ନିର୍ବାଚନ। ୨୨ ଅକ୍ଟୋବରରେ ବିଜ୍ଞପ୍ତି, ୨୯ରେ ମାମାଙ୍କନ ଏବଂ ନଭେମ୍ବର ୪ ତାରିଖ ଦିନ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ନଭେମ୍ବର  ୨୦ ତାରିଖରେ ଭୋଟ ଗ୍ରହଣ କରାଯିବ।   ୨୩ ତାରିଖ ଦିନ ଗଣତି ହେବ। ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ଭୋଟ ଗ୍ରହଣ କରାଯିବ। ୧୩ ନଭେମ୍ବର ଏବଂ ୨୦ ନଭେମ୍ବରକୁ ଏଥିଲାଗି ସ୍ଥିର କରାଯାଇଛି।  ଗଣତି ଓ ଫଳାଫଳ ପ୍ରକାଶନ ଗୋଟିଏ ତାରିଖ ଅର୍ଥାତ୍‍ ୨୩ ନଭେମ୍ବରରେ କରାଯିବ। ପ୍ରଥମ ପର୍ଯ୍ୟାୟ ଲାଗି ଅକ୍ଟୋବର ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଆସନ୍ତା ୨୨ରେ ପ୍ରକାଶ ପାଇବ।ଝାଡ଼ଖଣ୍ଡରେ  ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ  ଏବଂ ୨୯ ଅକ୍ଟେୋବରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଆରମ୍ଭ ହେବ। ୩୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କିତ କରିଥିବା ପ୍ରାର୍ଥୀ ନିଜ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ କ୍ଷେତ୍ରରେ ଏହାକୁ ୧ ନଭେମ୍ବର  ସ୍ଥିର କରାଯାଇଛି।

ଅପେକ୍ଷାର ଅନ୍ତ । ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍ । ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବାଜିଲା  ବିଗୁଲ । , ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପାଇଁ ବାଜିଲା ବିଗୁଲ ।  ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସମିଟ୍‌ କରି ନିର୍ବାଚନ ବାବଦରେ ଟିକନିଖ୍ ସୂଚନା ଦିଆଯାଇଛି ।

Advertisement

 ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ୧୩ ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୦ ନଭେମ୍ବରରେ ଅନୁଷ୍ଠିତ ହେବ। ସେହିପରି ମହାରାଷ୍ଟ୍ରର ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ୨୦ ନଭେମ୍ବରରେ ମତଦାନ ହେବ। ଫଳାଫଳ ନଭେମ୍ବର ୨୩ରେ ଆସିବ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରୁଛି। ମହାରାଷ୍ଟ୍ରର ୫୨୭୮୯ ସ୍ଥାନରେ ୧୦୦୧୮୬ ମତଦାନ କେନ୍ଦ୍ର, ମୋଟ ଭୋଟର-୯.୬୩ କୋଟି। ଝାଡଖଣ୍ଡରେ ୮୧ଟି ସିଟ, ୨.୬ କୋଟି ଭୋଟର, ପ୍ରଥମ ଥର ଭୋଟର-୧୧.୮ ଲକ୍ଷ। ୨୦୨୮୧ ସ୍ଥାନରେ ୨୯୫୬୨ ମତଦାନ ବୁଥ ହେବ।

ମହାରାଷ୍ଟ୍ରର ମୋଟ ଭୋଟରଙ୍କ ସଂଖ୍ୟା ୯.୬୩ କୋଟି, ସେଥିମଧ୍ୟରୁ ୪.୯୭ କୋଟି ପୁରୁଷ ଏବଂ ୪.୬୬ କୋଟି ମହିଳା ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ହେଉଛି ୨୦.୯୩ ଲକ୍ଷ। ମହାରାଷ୍ଟ୍ରରେ ୧,୦୦,୧୮୬ ମତଦାନ କେନ୍ଦ୍ର ଅଛି, ଏଥର ମଧ୍ୟ ଆମେ PWD ଏବଂ ମହିଳାମାନଙ୍କ ଦ୍ୱାରା ପରିଚାଳିତ ବୁଥ ତିଆରି ହେବ।

ସେହିପରି ଝାଡଖଣ୍ଡରେ ମୋଟ ଭୋଟରଙ୍କ ସଂଖ୍ୟା ୨.୬ କୋଟି, ସେଥିମଧ୍ୟରୁ ୧.୨୯ କୋଟି ମହିଳା ଏବଂ ୧.୩୧ କୋଟି ପୁରୁଷ ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ୧୧.୮୪ ଲକ୍ଷ। ସେଠାରେ ୨୯,୫୬୨ ମତଦାନ କେନ୍ଦ୍ର ହେବ।

ଏହାସହ ନିର୍ବାଚନ କମିଶନର ହରିୟାଣା, ଜମ୍ମୁ କଶ୍ମୀରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇଥିବାରୁ ଜନ ସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନିର୍ବାଚନରେ ଦେଖାଯାଇଥିବା ଉତ୍ସାହ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ।

Leave a Reply

Your email address will not be published. Required fields are marked *