Pratidin TV

Odisha's Digital News Platform

ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

1 min read

ଲୋକସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ | କିଛି ସପ୍ତାହ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି | କିନ୍ତୁ ଏହି ସମୟରେ ସେ ନେଇଛନ୍ତି ଇସ୍ତଫା | ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଏନେଇ ତାରିଖ ମଧ୍ୟ ଘୋଷଣା ହେବାର ଥିଲା | ନିର୍ବାଚନ କମିଶନର ଅରୁଣ ଗୋଏଲ ଶନିବାର ମାର୍ଚ୍ଚ ୯ ତାରିଖରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ଠାରୁ କାର୍ଯ୍ୟକାରୀ ହୋଇଥିବା ଗୋୟଲଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୨0୨୭ ପର୍ଯ୍ୟନ୍ତ ଥିଲା।

ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି। ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବାବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା। ସେ ନଭେମ୍ବର ୧୯, ୨0୨୨ ରେ ନିର୍ବାଚନ ଆୟୋଗରେ ଯୋଗ ଦେଇଥିଲେ ଏବଂ ୨୧ ନଭେମ୍ବର ୨0୨୨ ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଫେବୃଆରୀରେ ଅନୁପ ପାଣ୍ଡେଙ୍କ ଅବସର ପରେ ଏବଂ ବର୍ତ୍ତମାନ ଅରୁଣ ଗୋୟଲଙ୍କ ଇସ୍ତଫା ପରେ ତିନିଜଣିଆ ନିର୍ବାଚନ ଆୟୋଗ କମିଟିରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି। ଅରୁଣ ଗୋୟଲ କାହିଁକି ଇସ୍ତଫା ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Advertisement

ପୂର୍ବ ସୂଚନା ମୁତାବକ, ଅରୁଣ ଗୋଏଲଙ୍କ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ସମୟରେ ବହୁ ବିବାଦ ଦେଖିବାକୁ ମିଳିଥିଲା | ଏବଂ ସୁପ୍ରିମକୋର୍ଟରେ ତତ୍ପର ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠା ମଧ୍ୟ ଯାଇଥିଲା | ଦୀର୍ଘ ୩୭ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଅରୁଣ ଗୋଏଲ ନଭେମ୍ବର ୧୯ରେ ଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *