Pratidin TV

Odisha's Digital News Platform

CMOରେ ସ୍ପେଶାଲ ସେକ୍ରେଟାରୀ ତଥା IPS ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ଭାରତୀୟ ନିର୍ବାଚନ କମିଶନ

1 min read

ଶେଷ ପର୍ଯ୍ୟାୟ ନିର୍ବାଚନ ଆଗରୁ ଗୋଟିଏ ବଡ ଧରଣର ଅଦଳ ବଦଳ ହୋଇଛି | ତେବେ CMO ବରିଷ୍ଠ ଅଧିକାରୀ କୁଟ୍ଟେଙ୍କୁ ସସ୍‌ପେଣ୍ଡ କରାଯାଇଛି | CMO ଅଫିସର ବରିଷ୍ଠ ଅଧିକାରୀ ଡି. ଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କରିଛି ECI | ନିର୍ଵାଚନ କମିଶନ ପୁରା ନିର୍ଦ୍ଦେଶନାମା ଦେଇସାରିଛି | କୁଟ୍ଟେଙ୍କୁ ସସ୍‌ପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ | ତେବେ ନିର୍ବାଚନରେ ଅନଧିକୃତ ହସ୍ତାକ୍ଷପ ଅଭିଯୋଗ ଆସିଛି | ଯେଉଁଥିପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି |

ନୂଆ ଦିଲ୍ଲୀ ଆବାସିକ କମିଶନ ଅଫିସରେ କୁଟ୍ଟେଙ୍କୁ ଯୋଗ ଦେବାକୁ କୁହାଯାଇଛି | ତେବେ ମେ ୨୯ ଅର୍ଥାତ ଆଜି ଅପରାହ୍ନ ୩ ଟା ମଧ୍ୟରେ ତାଙ୍କୁ ଯୋଗ ଦେବା ନେଇ ନିର୍ଦ୍ଦେଶନାମା ଚିଠିରେ ଲେଖା ହୋଇଛି | ଅନ୍ୟପଟେ ବରିଷ୍ଠ IPS  ଆଶିଷ ସିଂଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ECI ନିର୍ଦ୍ଦେଶ ଦେଇଛି | ଭୁବନେଶ୍ୱର AIIMS ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି | ଏବଂ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ମଧ୍ୟ କୁହାଯାଇଛି | ମେ ୩0 ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ହେବା ପାଇଁ  ଆଶିଷ ସିଂଙ୍କୁ କୁହାଯାଇଛି |

Advertisement

Leave a Reply

Your email address will not be published. Required fields are marked *