ଅଭିନେତା ରାଜକୁମାର ରାଓଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ମିଳିଲା ଏକ ବଡ ଦାଇତ୍ୱ…
1 min readପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଅଭିନେତା ରାଜକୁମାର ରାଓଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ମିଳିଲା ଏକ ବଡ ଦାୟିତ୍ । ଏଥର ଭାରତର ନିର୍ବାଚନ ଆୟୋଗ ରାଜକୁମାର ରାଓଙ୍କୁ ଏହାର ଜାତୀୟ ଆଇକନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ଗୁରୁବାର ଆୟୋଗ ରାଜକୁମାର ରାଓଙ୍କୁ ଆଇକନ୍ ଭାବରେ ନିଯୁକ୍ତ କରିବେ । ଜାତୀୟ ଆଇକନ୍ ଲୋକମାନଙ୍କୁ ଭୋଟ୍ ବିଷୟରେ ସଚେତନ କରାଇବ । ସେମାନଙ୍କର ପ୍ରୟାସ ହେଉଛି ଭୋଟ୍ ପ୍ରତିଶତ ବୃଦ୍ଧି କରିବା । ତେବେ ଅଭିନେତା ରାଜକୁମାର ରାଓ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କର ଅନେକ ଚଳଚ୍ଚିତ୍ର ହିଟ୍ ହୋଇଛି । କିନ୍ତୁ ନ୍ୟୁଟନ୍ ଏକ ଚଳଚ୍ଚିତ୍ର ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ଏହି ଚଳଚିତ୍ରରେ ଅଭିନେତା ରାଜ କୁମାର ରାଓ ଜଣେ କିରାଣୀ ଥିଲେ । ଯିଏକି ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ତାଙ୍କ ଚରିତ୍ରକୁ ପୁଞ୍ଜି କରି ନିର୍ବାଚନ ଆୟୋଗ ଭୋଟ୍ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚାହୁଁଛନ୍ତି । ସେହିପରି ଚଳିତ ବର୍ଷ ଅଗଷ୍ଟରେ ନିର୍ବାଚନ ଆୟୋଗ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏହାର ଜାତୀୟ ଆଇକନ୍ କରିଥିଲେ । ବାସ୍ତବରେ ଆସନ୍ତା ବର୍ଷ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଅଧିକରୁ ଅଧିକ ଲୋକଙ୍କୁ ଭୋଟ୍ ଦେବାରେ ନିର୍ବାଚନ ଆୟୋଗ ଚାହୁଁଛନ୍ତି । ତାଙ୍କର ଧ୍ୟାନ ମୁଖ୍ୟତ ଯୁବକମାନଙ୍କ ଉପରେ ରହିଛି । କାରଣ ଯୁବପିଢି ମାନେ ଅଧିକ ଅଭିନେତା ତଥା କ୍ରିକେଟର ମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ସେଥିପାଇଁ ନିର୍ବାଚନ ଆୟୋଗ ପ୍ରଥମେ ସଚିନ ଏବଂ ପରେ ରାଜକୁମାର ରାଓଙ୍କ ପରି ସେଲିବ୍ରିଟିମାନଙ୍କୁ ବାଛିଛନ୍ତି ।