Pratidin TV

Odisha's Digital News Platform

ଭୋଟଦେଲେ ବାବା ଧୀରେନ୍ଦ୍ର ଶାସ୍ତ୍ରୀ , ଭୋଟଦେବା ଯାଏଁ ଛୁଇଁ ନଥିଲେ ପାଣି ।

1 min read

ଆଜି ମଧ୍ୟପ୍ରଦେଶର ଲୋକସଭା ଆସନରେ ୨ୟ ପର୍ଯ୍ୟାୟରେ ମତଦାନ ଚାଲିଛି । ଏହି ଆସନଗୁଡିକରେ ଦାମୋହ, ହୋଶଙ୍ଗାବାଦ,ଖଜୁରାହୋ,ରେୱା , ସତ୍ୟନା ଏବଂ ଟିକାମଗଡ ଅନ୍ତର୍ଭୁକ୍ତ । ତେବେ ବାଗେଶ୍ୱର ବାବା ନାମରେ ଜଣାଶୁଣା ଧିରେନ୍ଦ୍ର ଶାସ୍ତ୍ରୀ ୧୮ ତମ ଲୋକସଭା ନିର୍ବାଚନରେ ନିଜର ଭୋଟ ଦେଇଛନ୍ତି । ଆଜି ବାଗେଶ୍ୱର ପୀଠର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଖଜୁରାହୋସ୍ଥିତ ଏକ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଥିଲେ । ଭୋଟରଙ୍କ ଭୋଟ ଦେବାକୁ ବାବା ସମସ୍ତଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

ଏହି ସମୟରେ ଗଣମାଧ୍ୟମ ତାଙ୍କୁ ନିର୍ବାଚନର ଭବିଷ୍ୟବାଣୀ ବିଷୟରେ ପଚରାଯାଇଥିଲା । ସେ ଉତ୍ତରରେ କହିଥିଲେ ଯେ ଏହାକୁ ନେଇ ମୁଁ କୌଣସି ଭବିଷ୍ୟବାଣୀ କରିନାହିଁ । ଏହସହ ଧିରେନ୍ଦ୍ର ଶାସ୍ତ୍ରୀ ଆଉ ମଧ୍ୟ କହିଥିଲେ ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ । ମତଦାନ ସବୁଠୁ ବଡ ପର୍ବ । ଗଣତନ୍ତ୍ରକୁ ମଜବୁତ୍ କରିବା ତଥା ଜାତୀୟ ସ୍ୱାର୍ଥ ପାଇଁ ଭାରତର ପ୍ରତ୍ୟକ ଭୋଟରଙ୍କ ବିବେକ ଅନୁ୍‌ଯାୟୀ ଭୋଟ ଦେବା ଉଚିତ୍ । ଗଣତନ୍ତ୍ର କେବଳ ଭୋଟ୍ ଦ୍ୱାରା ମଜବୁତ୍ ହୁଏ । ସମସ୍ତ କାର୍ଯ୍ୟ ଛାଡି ପ୍ରଥମେ ଭୋଟ ଦିଅ . ଆଜି ମୁଁ ନିଜେ ଭୋଟ ଦେବା ପର୍ଯ୍ୟନ୍ତ ଜଳ ଗ୍ରହଣ କରିନାହିଂ ବୋଲି କହିଛନ୍ତି ଧିରେନ୍ଦ୍ର ଶାସ୍ତ୍ରୀ ।

Advertisement

ହିନ୍ଦୁ ରାଷ୍ଟ୍ର ବିଷୟରେ ବାଗେଶ୍ୱର ବାବା କହିଛନ୍ତି ଯେ ଭାରତ ଏକ ହିନ୍ଦୁରାଷ୍ଟ୍ର । ଭାରତୀୟ ସନାତନ ସଂସ୍କୃତିର ପୁନରୁଦ୍ଧାର ଏବ ପ୍ରତିଷ୍ଠା ପାଇଁ ଆମେ ଏଠାରେ ବାସ କରୁଛେ । ଭାରତ ହିନ୍ଦୁ ରାଷ୍ଟ୍ର ଘୋଷିତ ନହେବା ପର୍ଯ୍ୟନ୍ତ ଆମେ ଉଦ୍ୟମ ଜାରି ରଖିବୁ।

Leave a Reply

Your email address will not be published. Required fields are marked *