Pratidin TV

Odisha's Digital News Platform

ଭୁବନେଶ୍ୱରରେ ନିର୍ବାଚନ କ୍ରେଜ୍ , ବିମାନ ବନ୍ଦରରୁ ଜବତ ହେଲା ପୁଳା ପୁଳା ଟଙ୍କା….

ଭୁବନେଶ୍ୱର ; ନିର୍ବାଚନ ସମୟରେ ଗୋଟିଏ ଦିନରେ ଭୁବନେଶ୍ୱରରୁ ଜବତ ହେଲା ୭୫ ଲକ୍ଷ ଟଙ୍କା ନଗଦ କ୍ୟାସ । ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ପୁଳା ପୁଳା ଟଙ୍କା , ସ୍କାନି ବେଳେ ଦୁଇଜଣ ବ୍ୟକ୍ତିଙ୍କ ଲଗେଜ୍ ରୁ ଏହି ଟଙ୍କା ଜବତ ହୋଇଛି । ଜଣେ ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ । ସାଙ୍ଗରେ ଥିବା ଟ୍ରଲି ବ୍ୟାଗ ରେ ଭର୍ତ୍ତି ହୋଇ ରହିଥିଲା ଟଙ୍କା ।

ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜେ ସ୍କାନିଂ ବେଳେ ବ୍ୟାଗ ରେ ଟଙ୍କା ଥିବା ଜଣାପଡିଥିଲା । କେଉଁଠୁ ଓ କଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରୁଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କା କୁ ସିଜ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।

Leave a Reply

Your email address will not be published. Required fields are marked *