Pratidin TV

Odisha's Digital News Platform

ଚାଲିଛି ଗଣନା କିଏ କରିବ ଆଗାମୀ ଶାସନ, କାହା ସପକ୍ଷରେ ରହିବ ଜନତାଙ୍କ ରାୟ..

1 min read

ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । ଆଜି କିଏ ମାରିବ ବାଜି ? ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ୪ ରାଜ୍ୟ ଅର୍ଥାତ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ର ଆଜି ଭାଗ୍ୟ ପରୀକ୍ଷା । ପ୍ରାୟ ସବୁ ରାଜ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିଥିଲା । ଏକଜିଟ ପୋଲରେ ବିଜେପିଠାରୁ କଂଗ୍ରେସ ଆଗରେ ରହି ଥିବା ବେଳେ ପୋଷ୍ଟାଲ ବାଲଟର ଗଣତି ଆରମ୍ଭ ହୋଇ ଯାଇଛି । ଏହାପରେ ସମସ୍ତ ଦଳର ପ୍ରତିନିଧିଙ୍କ ସାମନାରେ ଆରମ୍ଭ ହେବ ଇଭିଏମର ଭୋଟ ଗଣତି । ସାରା ଦେଶର ନଜର ଏହି ରେଜଲ୍ଟ ଉପରେ । ୪ ମୁଖ୍ୟମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ ବହୁ ହେଭିୱେଟ ନେତାଙ୍କ ହେବ ଭାଗ୍ୟ ନିର୍ଣ୍ଣୟ ହେଉଛି ।

୪ ମୁଖ୍ୟମନ୍ତ୍ରୀ କେ.ଚନ୍ଦଶେଖର ରାଓ, ଶିବରାଜ ସିଂ ଚୌହ୍ୱାନ, ଭୂପେଶ ବଘେଲ, ଅଶୋକ ଗେହଲଟ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ, ବସୁନ୍ଧରା ରାଜେ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ୨୦୨୪ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ରବିବାର ଆସୁଥିବା ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳରୁ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାରକୁ ଫେରୁଥିବା ଦେଖିବାକୁ ମିଳୁଥିବା ବେଳେ, ଛତିଶଗଡରେ କଂଗ୍ରେସକୁ ଟକ୍କର ଦେଇ ଆଗୁଆ ରହିଛି ବିଜେପି ।

Advertisement


୪ ରାଜ୍ୟର ୬୩୮ ଆସନ ଲାଗି ୭ ହଜାର ୮୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଇଭିଏମ ଖୋଲିବା ପରେ ଚିତ୍ର ଧିରେ ଧିରେ ସ୍ପଷ୍ଟ ହୋଇ ଚାଲିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏସବୁ ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ମଧ୍ୟପ୍ରଦେଶର ୨୩୦ ଆସନରୁ ୧୪୦ ସିଟରେ ଆଗୁଆ ରହିଛି ବିଜେପି । ସେହିପରି ଛତିଶଗଡର ୯୦ ଆସନରୁ ୫୧ ଆସନ ଏବଂ ରାଜସ୍ଥାନର ୧୯୯ ଆସନରୁ ୧୦୯ ସିଟରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । ତେବେ ୪ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପିକୁ ସଫଳତା ମିଳିବା ପରେ ଦଳୀୟ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ୩ଟି ରାଜ୍ୟରେ ମୋଦୀ ମ୍ୟାଜିକ୍ କାମ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *