କାଲି ନିର୍ବାଚନ ଫଳାଫଳ ପ୍ରକାଶ ; ଆଜିଠୁ ପ୍ରସ୍ତୁତ କମିଶନରେଟ୍ ପୋଲିସ , ଜାରି କଲା କଡା ନିୟମ …..
1 min readଆସନ୍ତା କାଲି ଭୋଟ ଗଣତି। ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାଲି ସକାଳୁ ଆରମ୍ଭ ହେବ ଭୋଟ ଗଣତି। ଭୋଟ ଗଣତି ସମୟରେ କିଭଳି ରହିବ ଶାନ୍ତି ଶୃଙ୍ଖଳା ସହିତ ଭୋଟ ଗଣତି ହବ ସେଥି ପାଇଁ ପୋଲିସ କମିଶନର ବିଜେବି କଜେଲ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।
ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ CRPF ଯବାନ ଡିସିପି ଭୁବନେଶ୍ବର ନେତୃତ୍ୱରେ ୮ ଜଣ ADCP ,୧୪ ACP ,୩୫ ଜଣ inspector ,୨୦୦ ଅଫିସର,୩୮ ପ୍ଲାଟୁନ୍ ଆର୍ମ ପୋଲିସ ଫୋର୍ସ ,୫ କଂପାନୀ CAPF ନିୟୋଜିତ ହେବେ। ଭୋଟ ଗଣତି ସମୟରେ ଗଣତି କେନ୍ଦ୍ର ପାଖରେ ଭିଡ଼ ପାଇଁ ଟ୍ରାଫିକ ବ୍ୟବସ୍ଥା କରଯାଇଛି।
ପାର୍ଟି ଅଫିସରେ ଗହଳି ପାଇଁ ପୋଲିସ ମୃତୟନ ହେବେ । ଭୋଟ ଗଣତି ପରେ ଉତ୍ତେଜନା ପାଇଁ ସମସ୍ତ ଥାନାର ଅଫିସର ଓ ଷ୍ଟାଟୀକା ସର୍ଭିଲାନ୍ସ ଟିମ ଗଠନ ସେମାନଙ୍କୁ ଜଗିବେ । ଭୁବନେଶ୍ୱର କମିଶନରେଟ୍ ରେ ୫ ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ହେବ । ବିନା ଅନୁମତିରେ ବାଣ ଓ ସଭାଯାତ୍ରା କରିପାରିବେ ନାହିଁ ।