Pratidin TV

Odisha's Digital News Platform

ନିମାପଡ଼ାରେ ନିର୍ବାଚନୀ ହିଂସା ; ରୁଦ୍ରଙ୍କ ଗାଡି ଭାଙ୍ଗିଲେ ବିଜେପି ସମର୍ଥକ…

ନିମାପଡା ରାଜନୀତିରେ ନିମାପଡ଼ା ନିର୍ବାଚନମଣ୍ଡଳୀ ଉଷ୍ମତାର ଶୀର୍ଷରେ ଥିବାବେଳେ ଆଜି ପ୍ରଥମ ଥର ପାଇଁ ନିର୍ବାଚନୀ ହିଂସା ଘଟିଛି। ନିମାପଡ଼ା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ତମ୍ପାଳୋ ପଞ୍ଚାୟତରେ ସାଙ୍ଗଠନିକ ବୈଠକ ସାରି ତେରୁଣ୍ଡିଆ ପଞ୍ଚାୟତ ଦେଇ ପିପିଲି ଫେରୁଥିବା ବେଳେ ତେରୁଣ୍ଡିଆ ମଠସାହି ଠାରେ କେତେକ ବିଜେପି ସମର୍ଥକ ତାଙ୍କ ଗାଡି ଆଗକୁ ଅଚାନକ ମାଡି ଆସିବାରୁ ଗାଡି ଚାଳକ ଗାଡି ଅଟକାଇବାରେ ବିଜେପି ସମର୍ଥକ ମାନେ ଗାଡିକୁ ଘେରିଯାଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ବିଧାୟକ, ଚାଳକ ଏବଂ ତାଙ୍କର କିଛି ସମର୍ଥକ ଅଳ୍ପକେ ବଞ୍ଚି ଯାଇଛନ୍ତି। ଏନେଇ ନିମାପଡ଼ା ଥାନାରେ ଅଭିଯୋଗ ହେବାପରେ ୨ଜଣ ବିଜେପି ସମର୍ଥକଙ୍କୁ ପୋଲିସ ଗିରଫ କରିଛି। ଏହା ଏକ ପୂର୍ବ ଯୋଜନା ମୁତାବକ ଆକ୍ରମଣ ବୋଲି ମୁଁ ଜାଣି ପାରୁଛି। ଯେହେତୁ ଏହା ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ନିଜ ପଞ୍ଚାୟତ ହୋଇଥିବାରୁ ସେମାନେ ଆକ୍ରୋଶମୂଳକ ଭାବେ ଏହା କରିଛନ୍ତି ବୋଲି ରୁଦ୍ର କହିଛନ୍ତି। ବିଜେଡ଼ିର ଲୋକପ୍ରିୟତାକୁ ସେମାନେ ସହ୍ୟ କରି ନପାରି ଏଭଳି କରିଛନ୍ତି ବୋଲି ପର‌୍ୟ୍ୟବେକ୍ଷକ ପୁଷ୍ପେନ୍ଦ୍ର ସିଂ ଦେଓ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *