Pratidin TV

Odisha's Digital News Platform

ସାଲେପୁରରେ ନିର୍ବାଚନୀ ହିଂସା ; ବିଜେପି କର୍ମୀଙ୍କ ଉପରେ ମରଣାତ୍ମକ ଆକ୍ରମଣ …

1 min read

ସାଲେପୁର : ନିର୍ବାଚନ ସମୟରେ ସାଲେପୁର ର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ସାଲେପୁର ନିର୍ବାଚନ ମଣ୍ଡଳୀ ମାଳ ଶାସନ ବିଦ୍ୟାଳୟରେ ୧୮୪ ଓ ୧୮୫ ବୁଥରେ ନିର୍ବାଚନୀ ହିଂସା ତ୍ରୀବ୍ର ରୂପ ନେଇଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ  ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ବୁଥରେ ଉଭୟ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି ଯାହାର ପରିଣାମ ଅତି ସାଘାତିକ ହୋଇଛି । ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଏନେଇ ସାଲେପୁର ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ କହିଛନ୍ତି, ମୋ ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ୧୮୪, ୧୮୫ନଂ ବୁଥରେ ବିଜେଡି କର୍ମୀ ବୁଥ କ୍ୟାପଚର କରୁଥିବା ମୋ ଏଜେଣ୍ଟ ଖବର ପାଇଥିଲେ। ଏନେଇ ସେ ବୁଥକୁ ଯାଇଥିଲେ। ଏହି ସମୟରେ ବିଜେଡିର କର୍ମୀ ରମେଶ ଜେନା ଓ  କିଛି କର୍ମୀ ତାଙ୍କୁ ଧକ୍କା ମାରି ବୁଥ ବାହାରକୁ ବାହାର କରିଦେଇଥିଲେ।  

Advertisement

ପରେ ସେ ମୋର ଏଜେଣ୍ଟ ବୋଲି ଚିରକୁଟି ଦେଖାଇବାରୁ ତାକୁ ଚିରି ଦେଇଥିଲେ। ତା’ପରେ ବିଜେଡିର କର୍ମୀମାନେ  ଠେଙ୍ଗା, ବାଡ଼ି ଓ ପନିକରେ ମୋ ଏଜେଣ୍ଟ ସହ କିଛି କର୍ମୀଙ୍କୁ ଆକ୍ରମଣ କରିଥିଲେ।

Leave a Reply

Your email address will not be published. Required fields are marked *