Pratidin TV

Odisha's Digital News Platform

ଆଇନ ମନ୍ତ୍ରୀ ଙ୍କ ବଡ଼ ଘୋଷଣା , ଆସନ୍ତା ବର୍ଷ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ ..

1 min read

ଚଳିତ ବର୍ଷ ମହାବିଦ୍ୟାଳୟଗୁଡିକରେ ଛାତ୍ରସଂସଦ ନିର୍ବାଚନ ହେବା ନେଇ ଖୋଦ ଉଚ୍ଚଶିକ୍ଷାମନ୍ତ୍ରୀ ଘୋଷଣା କରିବାପରେ ବିଭିନ୍ନ ଛାତ୍ର ସଂଗଠନ ସକ୍ରିୟ ହୋଇ ଉଠିଥିଲେ। ହେଲେ ଏଯାଏଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ନିର୍ବାଚନ ଲଢିବାପାଇଁ ଆଶାୟୀଥିବା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ରହିଥିଲେ। କାରଣ ନିର୍ବାଚନ ହେବାର ଥିଲେ ବର୍ତ୍ତମାନ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବା କଥା ଏବଂ ର୍ନିବାଚନ ସାଧାରଣତଃ ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇ ଫଳାଫଳ ପ୍ରକାଶ ସହିତ ପୂଜା ଛୁଟି ଘୋଷଣା କରାଯାଇଥାଏ। 

ତେବେ ଛାତ୍ରସଂସଦ ନିର୍ବାଚନ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦରେ ରହିଥିବା ବେଳେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ ବୋଲି କହିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଆସନ୍ତା ବର୍ଷଠୁ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ। ସେପ୍ଟେମ୍ବର ମାସ ରେ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ହେଲେ ନୂଆ ସରକାର ଗଠନ ହେବା ପର ଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିବନି । ଛାତ୍ର ସଂସଦ ନିର୍ବାଚନ ପାଇଁ ଏ ନେଇ କଲେଜ ଗୁଡିକୁ ପ୍ରସ୍ତୁତ କରାଯିବ ଆସନ୍ତା ବର୍ଷ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ। ସେ ନେଇ ନିଷ୍ପତି ହୋଇ ସାରିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *