Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ନିର୍ବାଚନୀ ବଣ୍ଡ , ଜାଣନ୍ତୁ କିଏ ଦେଲେ କେତେ ଟଙ୍କା ..

1 min read

ନିର୍ବାଚନୀ ବଣ୍ଡର ତଥ୍ୟକୁ ସାର୍ବଜନୀନ କରାଯାଇଛି । ଗତକାଲି ଭାରତୀୟ ନିର୍ବାଚନ କମିଶନ ସାର୍ବଜନୀନ କରିଛି । ନିର୍ବାଚନ କମିସନ ତାଙ୍କ ୱେବସାଇଟ୍‌ରେ ଏହି ତଥ୍ୟର ଖୁଲାସା କରିଛି । ଏକ ଲକ୍ଷ ଏବଂ ଦଶ ଲକ୍ଷ , କୋଟିଏ ଟଙ୍କାର ବଣ୍ଡ ବିକ୍ରି କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । କେଉଁ ସଂସ୍ଥା କେତେ ଟଙ୍କାର ବଣ୍ଡ କିଣିଛନ୍ତି , କେଉଁ ଦଳ ଏହାକୁ ଗ୍ରହଣ କରିଛନ୍ତି ସବୁ ତଥ୍ୟ ଏଥିରେ ଉଲ୍ଲେଖ ରହିଛି । ତେବେ ଆସନ୍ତୁ ନଜର ପକାଇବା କେଉଁ କମ୍ପାନୀ ନିର୍ବାଚନୀ ବଣ୍ଡ ଜରିଆରେ ସବୁଠୁ ଅଧିକ ଅର୍ଥ ଦେଇଛନ୍ତି ।

ଅପଲୋଡ ହୋଇଥିବା ତଥ୍ୟ ଅନୁଯାୟୀ ସବୁଠୁ ଅଧିକ ଟଙ୍କା ଦାନ କରିଥିବା କମ୍ପାନୀ ହେଉଛି । ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ ସର୍ଭିସେସ୍ । ଏହି କଂପାନୀ ଦେଇଛି ୧ ହଜାର ୩୬୮ କୋଟି ଟଙ୍କା । ତାମିଲନାଡ଼ୁ କୋଏମ୍ବଟୁରରସ୍ଥିତ ଏହି କଂପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ୍ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନ । ତେବେ ଏହି ତାଲିକାର ଦ୍ୱିତୀୟରେ ରହିଛନ୍ତି ମେଘା ଇଞ୍ଜିନିୟରିଂ ଆଣ୍ଟ ଇନଫ୍ରଷ୍ଟ୍ରକ୍ଟର ଲିମିଟେଡ । ଏହି କମ୍ପାନୀ ଦାନ କରିଛି ୯୬୬ କୋଟି ଟଙ୍କା । କ୍ୱିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ୪୧୦ କୋଟି, ବେଦାନ୍ତ ୪ଶହ କୋଟି, ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି, ଭାରତୀ ଗ୍ରୁପ୍ ୨୪୭ କୋଟି, ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ୨୨୪ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିସନ୍ କଂପାନୀ ଲିମିଟେଡ୍ ୨୨୦ କୋଟି, କେଭେଣ୍ଟର ଫୁଡପାର୍କ ଇନଫ୍ରା ୧୯୫ କୋଟି ଏବଂ ଦଶମ ସ୍ଥାନରେ ରହିଛି ମଦନଲାଲ୍ ଲିମିଟେଡ୍ । ଏହି କମ୍ପାନୀ ୧୮୫ କୋଟି ଟଙ୍କା ଦାନ କରିଛି ।

Advertisement

ତେବେ ଦାତା ସଂସ୍ଥା ତାଲିକାରେ ଦାତା ସଂସ୍ଥା ତାଲିକାରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ନିବାସ ମିତ୍ତଲ, ଏଡିଲୁଇସ୍‌, ପିଭିଆର, କେଭେଣ୍ଟର, ସନ୍ ଫାର୍ମା, ଟରେଣ୍ଟ ପାୱାର, ଭାରତୀ ଏୟାରଟେଲ, ଡିଏଲ୍‌ଏଫ୍ କମର୍ସିଆଲ୍ ଡେଭଲପର୍ସ, ବେଦାନ୍ତ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌, ପିରାମଲ୍ କ୍ୟାପିଟାଲ୍ ଆଣ୍ଡ୍ ହାଉସିଂ ଫିନାନ୍ସ ଲିମିଟେଡ୍‌, ପେଗାସସ୍ ପ୍ରପର୍ଟିଜ୍‌, ବାଜାଜ୍ ଫାଇନାନ୍ସ, ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍‌, ଫିନୋଲେକ୍ସ କେବୁଲ୍ ଲିମିଟେଡ୍ ଆଦି କଂପାନୀର ନାଁ ରହିଛି ।


ଏହି ବଣ୍ଡ୍ ଜରିଆରେ ଭାଜପା, କଂଗ୍ରେସ, ଏଆଇଏଡିଏମ୍‌କେ, ବିଆର୍ଏସ୍‌, ଶିବସେନା, ଟିଡିପି, ୱାଇଏସ୍‌ଆର୍ କଂଗ୍ରେସ, ଡିଏମ୍‌କେ, ଜେଡିଏସ୍‌, ଏନ୍‌ସିପି, ତୃଣମୂଳ କଂଗ୍ରେସ, ଜେଡିୟୁ, ଆର୍ଜେଡି, ଏଏପି ଏବଂ ସମାଜବାଦୀ ପାର୍ଟିକୁ ଚାନ୍ଦା ମିଳିଛି । ଇସି ପ୍ରଥମ ଭାଗରେ ୩୩୭ ପୃଷ୍ଠାର ତଥ୍ୟ ଦେଇଛନ୍ତି, ଯେଉଁଥବରେ ଇଲେକ୍ଟୋରାଲ ବଣ୍ଡ୍ କ୍ରେତା ଓ କ୍ରୟ ତାରିଖ ଉଲ୍ଲେଖ ରହିଛି । ସେହିପରି ଦ୍ୱିତୀୟ ଭାଗ ୪୨୬ ପୃଷ୍ଠାରେ ଇଲେକ୍ଟୋରାଲ ବଣ୍ଡ୍‌ରୁ ଅର୍ଥ ପାଇଥିବା ରାଜନୈତିକ ଦଳଗୁଡ଼ିକର ବିବରଣୀ, ତାରିଖ ଏବଂ ଦାନ ପରିମାଣ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *