Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ଓଲଟିଲା ବିଦ୍ୟୁତ୍ ଦେୟ ଆଦାୟକାରୀ ବୋଲେରୋ ।

1 min read

ଖୋର୍ଦ୍ଧା : ଆଜି ବାଲିଅନ୍ତା ଥାନା ଅନ୍ତର୍ଗତ ଗଣ୍ଡିଲୋ ରଡପଡ଼ା ଛକ ନିକଟ ରାସ୍ତା ରେ ଭାରସାମ୍ୟ ହରାଇ ବିଦ୍ୟୁତ୍ ଦେୟ ଆଦାୟକାରୀ ବୋଲେର ଗାଡି ଓଲଟି ପଡ଼ିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ୍ ଦେୟ ଆଦାୟ କରିବା ପାଇଁ କର୍ମଚାରୀ ମାନେ ଗାଁ ଭିତରକୁ ଯାଇଥିବା ବେଳେ ଓଡି ଠ୯ ପି ଠ୧୧୮ ନମ୍ବର ବିଶିଷ୍ଟ ବୋଲେର ଗାଡିର ଡ୍ରାଇଭର ଦୃତ ଗତି ରେ ନେଉବାବେଳେ ଭାରସମ୍ୟ ହରାଇଥିଲେ । ଫଳରେ ଗାଡିଟି ରାସ୍ତା ରେ ଓଲଟି ପଡିଥିଲା।

Advertisement

ଉକ୍ତ ଡ୍ରାଇଭର୍ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବା ଜାଣିପାରି ସ୍ଥାନୀୟ ଗ୍ରାମବାସି ଉତ୍ୟକ୍ତ ହୋଇ ଗାଡିକୁ ଅଟକାଇଥିଲେ। ବାଲିପାଟଣା ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣା ସ୍ଥଳକୁ ଯାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ବାଲିଅନ୍ତା ଥାନା ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ସୁଚନା । ଗାଁ ଭିତରେ ବିଦ୍ୟୁତ୍ ବିଭାଗ ଗାଡି ଚାଳକ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ଗାଁ ଲୋକ ମାନଙ୍କ ପାଇଁ କେତେ ସୁରକ୍ଷିତ ପ୍ରଶ୍ନବାଚ୍ୟ ।

Leave a Reply

Your email address will not be published. Required fields are marked *