Pratidin TV

Odisha's Digital News Platform

ପ୍ରତିଶୃତି ଦେଇ ଭୁଲିଗଲା ବିଦ୍ୟୁତ୍ ବିଭାଗ , ୬ ବର୍ଷ ହେବ ଅନ୍ଦାରରେ ଦିନକାଟୁଛନ୍ତି ଗ୍ରାମବାସୀ

1 min read

କେନ୍ଦୁଝର : ଆଜିକାଲି ମୋବଇଲ ସହ ବିଦ୍ୟୁତ୍ ମଧ୍ୟ ମଣିଷର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଆଜିର ମଣିହ ବିନା ବିଦ୍ୟୁତ୍ ସାହାର୍ଯ୍ୟରେ କୌଣସି କାମ କରିବା ଅସମ୍ଭବ ହୋଇପଡିଛି । ଆମର ଦୈନନ୍ଦିନ ଜୀବନରେ ବିଦ୍ୟୁତର ଆବଶ୍ୟକତା ଠିକ୍ ଆମ ନିଶ୍ୱାସପ୍ରଶ୍ୱାସ ଭଳି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜିର ଯୁଗରେ ମଧ୍ୟ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ଲୋକ ଦୀର୍ଘ ୬ ବର୍ଷ ହେବ ଅନ୍ଧକାରରେ ଜୀବନ ଯାପନ କରୁଛନ୍ତି । ବିଦ୍ୟୁତ୍ ସଂଯୋଗ ପାଇଁ ଗ୍ରାମବାସୀ ବିଦ୍ୟୁତ୍ ଅଫିସ୍‌ର ବାରମ୍ବାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମକୁ ମିଳିନାହିଁ ବିଦ୍ୟୁତ୍ ।

Advertisement

ଏପରି ଏକ ଅଭାବନୀୟ ଘଟଣା ଦେଖାଦେଇଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ପଙ୍ଗାପଶି ଗ୍ରାମ ଉପର ସାହିରେ । ଦୀର୍ଘ ବର୍ଷରୁ ବିଦ୍ୟୁତ ଆଲୋକରୁ ବଞ୍ଚିତ ହୋଇ ଗ୍ରାମବାସୀ ଅନ୍ଧାରରେ ରହୁଥିବାରୁ ଆଜି ହରିଚନ୍ଦନପୁର ବ୍ଲକ ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ପରିସରରେ ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବିରେ ଧାରଣା ଦେଇଥିଲେ । ସୂଚନା ଅନୁଯାୟୀ ପଙ୍ଗାପଶି ଉପର ସାହିରେ ୫୦ ପରିବାର ରହୁଥିବା ବେଳେ ସରକାରଙ୍କ ତରଫରୁ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇଥିଲା । କିନ୍ତୁ ଆଜକୁ ୬ବର୍ଷ ପୂର୍ବେ ବାତ୍ୟାରେ ଗଛ ପଡ଼ି ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମ ଗୁଡ଼ିକ ବଙ୍କା ହୋଇ ତଳେ ପଡ଼ିଥିଲା , ତେବେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ହେବ ଗ୍ରାମବାସୀ ବିଦ୍ୟୁତ ସଂଯୋଗ ପାଇଁ ବାରମ୍ବାର ବିଦ୍ୟୁତ କାର୍ଯ୍ୟଳୟରେ ଲିଖିତ ଅଭିଯୋଗ କରିଆସୁଥିଲେ ସୁଦ୍ଧା କେବଳ ବିଦ୍ୟୁତ ବିଭାଗ ପ୍ରତିଶୃତି ଦେଇ ଭୁଲିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ହରିଚନ୍ଦନପୁର ବିଦ୍ୟୁତ ସେକ୍ସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରତାପ ରାଉତଙ୍କୁ ଯୋଗାଯୋଗ କରିବାରୁ ସମସ୍ୟା ବାବଦରେ ଅବଗତ ରହିଛି ଆଜି କାମ ଆରମ୍ଭ ହେବ ୩ଦିନ ମଧ୍ୟରେ ଲୋକଙ୍କ ଘରକୁ ବିଦ୍ୟୁତ ଆଲୋକ ସଂଯୋଗ ଦିଆଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *