Pratidin TV

Odisha's Digital News Platform

୬ ତାରିଖ ରେ ଅଭିଯୋଗ ,୭ ତାରିଖରେ ଜଳିଲା ବିଜୁଳୀ ବଲବ…

1 min read

୮୦ ବର୍ଷ ରେ ଯାହା ହୋଇପାରି ନଥିଲା ତାହା ୨୪ ଘଣ୍ଟା ରେ ହୋଇଗଲା । ଚର୍ଚ୍ଚାରେ କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାସ।ବୟସ ୮୦ ଅନେକ ଥର କେତେ ଲୋକଙ୍କ ପାଖକୁ ଯାଇଥିଲେ। ହେଲେ ଘରେ ବିଜୁଲି ବ୍ୟବସ୍ଥା ହୋଇପାରୁନଥିଲା | କିନ୍ତୁ ୮୦ବର୍ଷ ବୟସରେ ଘରେ ଜଳିଲା ବିଜୁଳି । ନୂତନ ଜିଲ୍ଲାପାଳଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ, ଖରିଅଣ୍ଟା ପଞ୍ଚାୟତର ବାବାଜି ମଲିକ | ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ।୮୦ବର୍ଷ ବୟସ ରେ ବି ମାଗି ଯାଚି ପରିବାର ଚଳାଉଥିଲେ।ଅସୁସ୍ଥତା ହେତୁ ରୋଗଗ୍ରସ୍ତ ହୋଇ ଘରେ ପଡ଼ିଥିବା ବେଳେ ଆଖିକୁ ବି ଠିକ୍ ସେ ଦିଶୁନି । ଏଭଳି ସ୍ଥିତିରେ ଅନ୍ଧାରରେ ଆଉଟୁ ପାଉଟୁ ହେଉଥିଲେ ୮୦ବର୍ଷର ବୃଦ୍ଧା । ବିଭିନ୍ନ ସ୍ଥାନ ଓ ବିଦ୍ୟୁତ୍ କାର୍ଯ୍ୟଳୟକୁ ଯାଇ ମଧ୍ୟ କୌଣସି ପ୍ରକାର ସମାଧାନ ହେଇପାରି ନଥିଲା, ଶେଷରେ ସେ କେନ୍ଦ୍ରାପଡା ନୂଆ ଜିଲ୍ଲାପାଳଙ୍କ ପାଖକୁ ନିଜ ଅସୁବିଧା ଜଣାଇବା ପାଇଁ ଯାଇଥିଲେ । ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାସ ସବୁ ଶୁଣିବା ପରେ ପ୍ରତିଶୃତି ଦେଲେ ବିଜୁଳି ଜଳିବ ଓ ତାହା ପୂରଣ ମଧ୍ଗ୍ୟ କରି ଦେଖାଇଛନ୍ତି ଜିଲ୍ଲାପାଳ।୬ ତାରିଖ ରେ ଅଭିଯୋଗ ହୋଇଥିଲା ,୭ ତାରିଖରେ ଜଳିଲା ବିଜୁଳୀ ବଲ। ଏହାକୁ ନେ଼ଇ ବାବାଜି ଓ ତାଙ୍କ ସ୍ତ୍ରୀ ଜିଲ୍ଲାପାଳଙ୍କ ପ୍ରଶଂସାରେ ଗୁଣ ଗାଉଛନ୍ତି।

Advertisement

Leave a Reply

Your email address will not be published. Required fields are marked *