Pratidin TV

Odisha's Digital News Platform

ପୁଅ ଆଗରେ ବାପାର ଜୀବନ ନେଲା ଦନ୍ତା

ବଲାଙ୍ଗୀର ; ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ। ବଲାଙ୍ଗୀର ଓ ସୋନପୁର ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀ ଗାଁ ରେ ଘଟିଛି ଏଭଳି ଅଭାବନନୀୟ ଘଟଣା। ମୃତ ବ୍ୟକ୍ତି ଜଣକ ହେଲେ ଯଦୁ ସୁନା । ଯଦୁ ରାତିରେ ପ୍ରାୟ ୧୧ଟା ସମୟରେ ନିଜ ପୁଅ ସହ ଶୌଚ ହେବାକୁ ପଦା କୁ ଯାଇ ଥିବା ସମୟରେ ନିକଟ ଜଂଗଲ ରୁ ଏକ ବଣୁଆ ହାତୀ ବାହାରି ଯଦୁଙ୍କୁ ଦଳି ଦେଇ ଥିଲା ଫଳରେ ଯଦୁ ଗୁରୁତର ହୋଇ ପଡି ଯାଇ ଥିଲେ। ବିଳମ୍ବିତ ରାତିରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କୁ ଅଣାଯାଇଥିଲା ।

ସେଠି ଡାକ୍ତର ତାଙ୍କର ମୃତୁ ହୋଇଥିବା ଘୋଷଣା କରିଥିଲେ। ଆଜି ତାଙ୍କର ଶବ ବ୍ୟବଛେଦ ଭୀମଭୋଇ ମେଡ଼ିକାଲ ରେ ସମ୍ପର୍ଣ୍ଣ ହୋଇ ଥିବା ଜଣା ପଡ଼ିଛି ଏ ନେଇ ମୃତକଙ୍କର ପରିବାର ଲୋକେ ନିଜ ପ୍ରତିକ୍ରିୟା ରଖିଛନ୍ତି।

Leave a Reply

Your email address will not be published. Required fields are marked *