Pratidin TV

Odisha's Digital News Platform

ରାଜ୍ୟରେ ଆତଙ୍କ ଖେଳାଇଛନ୍ତି ହାତୀପଲ , ପୁଣି ହାତୀ ପାଦ ତଳେ ଚାଲିଗଲା ନୀରିହ ଜୀବନ

1 min read

ବଲାଙ୍ଗୀର : ଜଙ୍ଗଲକୁ ଶାଳ କାଠି ଭାଙ୍ଗିବାକୁ ଯାଇଥିବା ଜଣେ ବୃଦ୍ଧାଙ୍କୁ ହାତୀ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବା ଜଣାପଡ଼ିଛି। ଏନେଇ ବନ ବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ବଲାଙ୍ଗୀର ବନାଞ୍ଚଳ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନର ଉପରଝର-ଆଠ ଗାଁ ରାସ୍ତା ଉପରେ ଥିବା ମାକଡ ଚୁଆ ଜଙ୍ଗଲକୁ ଆଠଗାଁ ର ଜଣେ ମହିଳା ଶନିବାର ସକାଳେ ଘରୁ ବାହାରି ରେଙ୍ଗାଲ ପତ୍ର ଓ ଦାନ୍ତ ଘଷିବା କାଠି ଭାଙ୍ଗିବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ପଯ୍ୟନ୍ତ ସେ ଘର କୁ ଫେରି ନଥିଲେ। ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ।

ଆଜି ସକାଳୁ ଜଙ୍ଗଲ ଭିତରେ ଜଣେ ମହିଳା ଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଉକ୍ତ ମୃତଦେହ ଟି ଆଠାଗାଁ ର ନିଖୋଜ ଥିବା ପ୍ରେମଲତା ନନ୍ଦ ଙ୍କ ବୋଲି ଜଣାପଡ଼ିଛି। ବୃଦ୍ଧା ଜଣଙ୍କୁ ହାତୀ ଦଳି ଚକଟି ମାରି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ବନବିଭାଗ ତରଫରୁ ମୃତକ ପରିବାର ଙ୍କୁ ୬ ଲକ୍ଷ୍ୟ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ପ୍ରଥମେ ୬୦୦୦୦ ରାଶି ପ୍ରଦାନ କରାଯିବା ସହ ଅନ୍ତିମ ସଂôକାର ପାଇଁ ଆଜି ୧୦୦୦୦ ଟଙ୍କା ଦିଆ ଯିବ ବୋଲି ସଦର ରେଞ୍ଜର କେଶବ କିଶୋର ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *