Pratidin TV

Odisha's Digital News Platform

ଦନ୍ତାହାତୀଙ୍କ ମଧ୍ୟରେ ଲାଗିଲା କଳି, ଗୋଟିଏ ହାତୀକୁ ଦଳି ମାରିଦେଲେ ହାତୀପଲ…

1 min read

ଚାଷଜମିରୁ ମିଳିଲା ଦନ୍ତା ହାତୀର ମୃତଦେହ । ମୃତହାତୀର ଦେହରେ ରହିଥିଲା ଗଭୀର କ୍ଷତ ଚିହ୍ନ । ତେବେ ହାତୀ ପଲଙ୍କ ମଧ୍ୟରେ ଲଢେଇ ଲାଗି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା କୁହାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ସଲେଇକେନା ଗାଁ ନିକଟରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ମୃତ ହାତୀର ବୟସ ୨୦ ରୁ ୨୫ ବର୍ଷ ହୋଇଥିବା ଜଣାପଡିଛି । ତେବେ ଆଜି ସଲେଇକେନା ଜଙ୍ଗଲ ନିକଟ ଜମିରେ ଏକ ଦନ୍ତାହାତୀର ମୃତଦେହ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଏଠାରେ ୧୪ ଟିକିଆ ହାତୀପଲ ଚଳପ୍ରଚଳ କରୁଥିବା ବେଳେ ଦନ୍ତା ହାତୀଙ୍କ ମଧ୍ୟରେ ମାଡ଼ଗୋଳ ଲାଗିଥିଲା । ଏହି ମାଡଗଳରେ ଦନ୍ତା ହାତିଟିର ମୃତ୍ୟୁ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ବନବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିଲେ । ମୃତହାତୀ ର ଶରୀରରେ କ୍ଷତ ଚିହ୍ନ ଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି ।

Advertisement

Leave a Reply

Your email address will not be published. Required fields are marked *