ପୁଣି ଆଖି ବୁଜିଲା ଦନ୍ତା ହାତୀ , ଲୋପ ପାଇଯିବକି ପ୍ରଜାତି ..
1 min readଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ରେଞ ଅନ୍ତର୍ଗତ ଓସ୍ତପାଳ ଗ୍ରାମରେ ରବିବାର ସକାଳେ ପରିବା ଚାଷ ହୋଇଥିବା ଏକ ବିଲରେ ଦନ୍ତା ହାତୀ ମୃତ୍ୟୁ ବରଣ କରିଛି। ହାତୀଟିର ବୟସ ୨୦ବର୍ଷ ହେବ।ହାତୀଟି ଗୋଠ ଛଡ଼ା ହାତୀ ବୋଲି ଜଣାପଡିଛି।
ପରିବା ଚାଷ ହୋଇଥିବା ବିଲରେ ବିଷାକ୍ତ ସାରଖାଇ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ଖବର ପାଇ ସଦର ରେଞ୍ଜର ବିଭୁ ଦାନଦ ମିଶ୍ର ବନକର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ଭୁବନେଶ୍ୱରରୁ ଏକ ପ୍ରାଣୀ ଚିକିତ୍ସକ ଦଳ ଆସି ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ମୃତଦେହକୁ ବ୍ୟବଚ୍ଚେଦ କରିବେ ବୋଲି ରେଞର ସୂଚନା ଦେଇଛନ୍ତି । ଖାଦ୍ୟ ବିଷକ୍ରିୟା ଯୋଗୁ ଦନ୍ତାହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ବ୍ୟବଛେଦ ରିପୋଟ ମିଳିବାପରେ ମୂତ୍ୟର କାରଣ ଜଣାପଡିବ ବୋଲି ରେଞର ପ୍ରକାଶ କରିଛନ୍ତି।
ଏହି ଗୋଠ ଛଡା ହାତୀଟି ଦୀର୍ଘଦିନ ହେବ ଉକ୍ତ ଅଂଚଳରେ ଉପଦ୍ରବ କରିଥିବାବେଳ ବହୁ ଫସଲ ନଷ୍ଟ କରିଛି । ବହୁଘର ଭାଙ୍ଗିଛି ଏବଂ ଏହି ଦନ୍ତାହାତୀ ଆକ୍ରମଣରେ ଉକ୍ତ ଅଂଚଳର ପ୍ରାୟ ୮ଜଣଙ୍କ ଜୀବନ ଯାଇଛି ବୋଲି ଗ୍ରାମବାସୀ କୁହନ୍ତି । ଓସ୍ତପାଳ ଗ୍ରାମ ଜନବସତି ଅଂଚଳ ନିକଟରେ ରାସ୍ତା କଡ ବିଲରେ ହାତୀଟି ମରି ପଡିଛି ।ହାତୀକୁ ଦେଖିବା ପାଇଁ ବହୁଜନ ସମାଗମ ହୋଇଛି।