Pratidin TV

Odisha's Digital News Platform

କୁଲଡିହା ଅଭୟାରଣ୍ୟରେ ଅସୁରକ୍ଷିତ ହାତୀ ପଲ ; ଚାଲିଛି ବେଧଡକ୍ ଶିକାର ,ଟେର ପାଉନି ବନବିଭାଗ…

1 min read

ବାଲେଶ୍ୱର : ବର୍ଷକରେ ମଲେଣି ୭ ହାତୀ କୁଲଡିହା ଅଭୟାରଣ୍ୟରେ ଚାଲିଛି ଶିକାରୀରାଜର ଟେର ପାଉନି ବନବିଭାଗ ।
ନୀଳଗିରି କୂଳଡିହା ଅଭୟାରଣ୍ୟ ତାର ସୌନ୍ଦର୍ଯ୍ୟ ପାଇଁ ସାରା ଓଡ଼ିଶାରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଏ । ହେଲେ କିଛି ବର୍ଷ ହବ ଏଠାରେ ଚାଲିଛି ବେଧଡ଼କ ହାତୀ ଶିକାର ଯେଉଥିପାଇଁ ଏବେ ଏହା ପ୍ରକୃତି ପ୍ରେମୀ ପଶୁ ପ୍ରେମୀଙ୍କ ମନରେ ଘୋର ଆଘାତ କରିଛି ।

ବର୍ଷକ ଭିତରେ କୂଳଡ଼ିହାରେ ମଲେଣି ୭ ହାତୀ ସେଥି ମଧ୍ୟରୁ ୫ହାତୀ ପଞ୍ଚଲିଙ୍ଗେଶ୍ୱର ରେଞ୍ଜ ଅଫିସ ପାଖ ଜଙ୍ଗଲରେ ହୋଇଥିବାରୁ ତାହା ଅଧିକ ପେଟ୍ରୋଲିଂ ସ୍ଥାନ ହୋଥିଲେହେଁ ସେହିଠାରେ ଅଧିକ ହାତୀ ମୃତ୍ୟୁ ହେଉଥିବା କଥା ଏବେ ବନାଧିକାରୀଙ୍କ ଉପରକୁ ପ୍ରଶ୍ନବାଚି ସୃଷ୍ଟି କରୁଛି । ଆଶ୍ଚଯ୍ୟର କଥା ଏହିକି ଯେ ଏତେ ମାତ୍ରାରେ ପେଟ୍ରୋଲିଂ ହେବା ସତେ ଓ ବନ କର୍ମଚାରୀ ମୁତୟନ ହେବା ସତେ ଶିକାରୀ ମାନେ କିପରି ଜଙ୍ଗଲରେ ପଶି ହାତୀକୁ ମାରି ଦାନ୍ତ କାଟିନେଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।

Advertisement

ଗଣମାଧ୍ୟମ ପ୍ରତିନିଧି ମାନେ ମୃତ ହାତୀ ପାଖକୁ ଯିବା ପାଇଁ ଚେଷ୍ଟା କରିବା ସମୟରେ ତାଙ୍କୁ ଗେଟ ପାଖରେ ଅଟକିବା ସହ ଭିତରକୁ ମଧ୍ୟ ଛଡାଯାଇନଥିଲା । ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ଜଣାଇ ଦିଆଯିବ କେଉଁ କାରଣରୁ ହାତୀଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *