Pratidin TV

Odisha's Digital News Platform

ବାତ୍ୟା ଭୟରେ ଧାନ ଜଗି ଯାଇଥିଲେ , ବିଲରେ ୨ ଚାଷୀଙ୍କୁ ଦଳିଦେଲା ହାତୀ……….

ଖୋର୍ଦ୍ଧା ; ହାତୀ ଆକ୍ରମଣ ରେ ଗଲା ଦୁଇ ଚାଷୀଙ୍କ ଜୀବନ । ୨ ଚାଷୀଙ୍କୁ ବିଲରେ ଦଳିଦେଲା ହାତୀ । ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷା ଦେବା ପାଇଁ ଦୁଇ ଚାଷୀ ଯାଇଥିଲେ ଜମିକୁ । ହେଲେ ବାତ୍ୟା ନଆସୁଣୁ ମୃତ୍ୟୁ ରୂପରେ ଆସିଲା ହାତୀ । ଆଉ ନିଜ ବିରାଟ ପାଦତଳେ ଟିକିପୋକ ପରି ଦଳିଦେଲା ୨ ଚାଷୀଙ୍କୁ ।

ଦୁଇ ମୃତ ଚାଷୀ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମଚନ୍ଦ୍ର ପୁର ପଞ୍ଚାୟତ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା (୭୦) ଓ ଅନ୍ୟ ଜଣେ ହେଲେ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ(୬୫) । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମ ନିକଟରେ ୩ ଟି ଜଙ୍ଗଲୀ ହାତୀ ଆତଙ୍କ ଭିଆଇ ଥିଲେ । ଏନେଇ ସ୍ଥାନୀୟ ଚାଷୀ ଧାନ ଜମିକୁ ସୁରକ୍ଷା ଦେବା ପାଇଁ ଏକାଠି ହେଉଥିବା ବେଳେ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା ଓ ପାରି ଓରଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ ସାଙ୍ଗ ହୋଇ ଯାଇଥିଲେ ଚାଷ ଜମିକୁ ସୁରକ୍ଷା ଦେବାପାଇଁ ।

ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହଠାତ୍ ହାତୀ ପଲ ଆକ୍ରମଣ କରିଥିଲେ । ଫଳରେ ଚାଷ ଜମିରେ ଦୁହିଁ ଙ୍କର ମୃତୁ ହୋଇଥିଲା । କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଘରକୁ ଫେରିବା ରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ । ଆଜି ସକାଳୁ ସେମାନଙ୍କ ମୃତ ଦେହ ଚାଷ ଜମିରେ ଲୋକେ ଠାବ କରିଛନ୍ତି । ଏନେଇ ପରିବାର ଲୋକ ଓ ବନ ବିଭାଗକୁ ଜଣାଇଥିଲେ। ଟାଙ୍ଗୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି। ଏହାସହ ହାତୀ ପଲ କିପରି ଧାନ ଫସଲ ନଷ୍ଟ ନ କରିବେ ଏନେଇ ଗ୍ରାମବାସୀ କରିଛନ୍ତି।

Leave a Reply

Your email address will not be published. Required fields are marked *