Pratidin TV

Odisha's Digital News Platform

(video)ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଜଙ୍ଗଲୀ ଦନ୍ତା….

ଖୋର୍ଦ୍ଧା ; ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଜଙ୍ଗଲୀ ଦନ୍ତା । ବେଫିକର ହୋଇ ପଡିଛି ବନ ବିଭାଗ । ଫଳରେ ଆଶା ଆଶଙ୍କା ରେ ସ୍ଥାନୀୟ ଅଞ୍ଚଳ ବାସୀ, ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜ କାଂଚନ ପୁର ଜଙ୍ଗଲରୁ। ଉକ୍ତ ଜଙ୍ଗଲରେ ପ୍ରାୟ ୩ ରୁ ୪ ଦିନ ହେବ ଏକ ଦନ୍ତା ଗୁରୁତର ହୋଇ ବୁଲୁଥିବା ଦେଖିବାକୁ ମିଳିଛି ।

ହାତୀର ସମ୍ମୁଖ ଭାଗ ବାମ ପଟ ଗୋଡ଼ ରେ ଗଭୀର କ୍ଷତ ହେବା ସହ ସଂକ୍ରମଣ ଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ବାସୀ । ସଂକ୍ରମଣ ଯୋଗୁଁ ହାତୀ ଟି ଚଲାବୁଲା କରିବାରେ ମଧ୍ୟ ସମସ୍ୟା ଉପୁଜୁଛି । ମଣୀଷ ନହେଇ ପଶୁଟିଏ ବୋଲି ନିଜ କଷ୍ଟକୁ ସିନା ପାଟିରେ କହିପାରୁନି କିନ୍ତୁ ତା ମୁହଁରୁ ହିଁ ଜଣାପଡୁଛି ତା ଅସହ୍ୟ ଅବସ୍ଥା । ଏପରିକି ନିଜ ଖାଦ୍ୟ ସଂଗ୍ରହ କରିବାରେ ହୋଇ ପଡିଛି ଅସମର୍ଥ । ଫଳରେ ଦିନକୁ ଦିନ ଦୁର୍ବଳ ହୋଇ ପଡିଲାଣି ଦନ୍ତା ।

ସ୍ଥାନୀୟ ଲୋକେ ବାରମ୍ବାର ବନ୍ୟ ବିଭାଗକୁ ଜଣାଇଲେ ପରେ ମଧ୍ୟ୍ୟ ବନ୍ୟ ବିଭାଗ କର୍ଣ୍ଣପାତ କରୁନାହିାଁ ଫଳରେ ହାତୀ ର ଜୀବନ ପ୍ରତି ଦେଖା ଦେଇଛି ବିପଦା ତେଣୁ ବଣ ବିଭାଗ ମୃତ୍ୟୁ ମୁଖରୁ ହାତୀ କୁ ଉଦ୍ଧାର କରିବା ଦାବି ହେଉଛି ।

Leave a Reply

Your email address will not be published. Required fields are marked *