Pratidin TV

Odisha's Digital News Platform

ଗୋଡାଇ ଗୋଡାଇ ପାଦ ତଳେ ଦଳିଦେଲା ଦନ୍ତା , ଚାଲିଗଲା ୨ ଜୀବନ …

ଦେବଗଡ଼: ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଅଘଟଣ । ଟିପିରିସିଙ୍ଗା ଗ୍ରାମରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା ହାତୀ । ଘଟଣା ସ୍ଥଳରେ ଜଣେ ଯୁବତୀ ଓ ଜଣେ ମହିଳା ମୃତ। ବିଳମ୍ବିତ ରାତି ୧୧ଟା ବେଳେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା । ହାତୀ ଟି ଧାନ ଚାଉଳ ଖାଇବା ସମୟରେ ଜୀବନ ବିକଳରେ ଘର ଭିତରୁ ଦୌଡ଼ି ପଳାଉଥିବା ବେଳେ ଦୁଇ ଜଣଙ୍କୁ ଦଳି ଦେଇଥିଲା । ମୃତକ ମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *