Pratidin TV

Odisha's Digital News Platform

ନବୀନ ଙ୍କ ପାଇଁ କାନ୍ଦିଲେ ଏଲିନା , କାନ୍ଦି କାନ୍ଦି କହିଲେ ସାର୍‌ ଆପଣ ଅପ୍ରତିଦ୍ୱନ୍ଦ୍ୱୀ ..

1 min read

ନବୀନ ହାରିବା ପରେ କାନ୍ଦୁଛି ସାରା ଓଡିଶା । ଆଜି ବିରୋଧୀ ବି ନବୀନଙ୍କ ପାଇଁ ଦୁଇ ଟୋପା ଲୁହ ଗଡେଇ  ଦେଇଛି । ସାରା ଓଡିଶା ବାସୀ ଆଜି ପୁରା ସ୍ତବ୍ଧ ହୋଇଯାଇଛନ୍ତି । ତେବେ ଏହାରି ମଧ୍ୟରେ ବିଜେଡି ର ସକ୍ରିୟ ନେତ୍ରୀ ତଥା ଅଭିନେତ୍ରୀ ଏଲିନା ଦାସ ଙ୍କ ଆଖିରୁ ବୋହୁଛି ଲୁହ  ।  ସେ ଆଜି ନବୀନଙ୍କ ପରାଜୟ କୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଭୋ ଭୋ ହୋଇ କାନ୍ଦି ଚାଲିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ସେ କାନ୍ଦି କାନ୍ଦି କହୁଛନ୍ତି ।

, ସାର୍‌, ୨୫ ବର୍ଷ ଯାତ୍ରାରେ ପ୍ରଥମର ପାଇଁ ଆପଣଙ୍କୁ  ପରାଜୟ ଦେଖିବାକୁ ମିଳିଛି। ଏଥିରେ ଆପଣଙ୍କର କିଛି ଭୁଲ୍‌ ନାହିଁ। କିଛି କୁଚକ୍ରୀ ଲୋକଙ୍କ ପାଇଁ ଆଜି ଦଳ ବୁଡ଼ିଗଲା। ଆଉ ଆପଣଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା। ମୋ’ ବାପା ଯେଉଁଦିନ ଯାଇଥିଲେ, ତା’ପର ଦିନ ମୋତେ ଯେମିତି ଲାଗୁଥିଲା, ଆଜି ଆପଣଙ୍କ ଇସ୍ତଫା ଭିଡିଓ ଦେଖି ମୋତେ ଆହୁରି ବେଶୀ କଷ୍ଟ ଦେଉଛି। ବିଜେଡି ହାରିଗଲା ବୋଲି ମୋତେ କଷ୍ଟ ହେଉନି, ୨୫ ବର୍ଷରେ ଅନ୍ୟ ଦଳମାନେ ହାରୁଥିଲେ। ସେମାନେ କ୍ଷମତାରେ ନଥାଇ ମଧ୍ୟ ଦଳ ପାଇଁ କାମ କରୁଥିଲେ। ଆଜି ଆମ ପାଇଁ ସେହି ପରିସ୍ଥିତି ଆସିଛି। ଆଉ ଆମେ ତାକୁ ବହୁ ଭଲରେ ଗ୍ରହଣ କରୁଛୁ। କିନ୍ତୁ ଆପଣ ରାତି ପାହିଲେ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି, ତେଣୁ ମୁଁ କଣ, ସାରା ବିଶ୍ୱରେ ବସବାସ କରୁଥିବା ପ୍ରତିଟି ଓଡ଼ିଆ ଆଣଙ୍କ ପାଇଁ ଆଜି କାନ୍ଦୁଛନ୍ତି ବୋଲି ଏଲିନା କହିଛନ୍ତି। ଛଳ ଛଳ ଆଖିରେ ସେ ଆହୁରି କହିଛନ୍ତି, ସାର୍‌- ଆପଣ ଅପ୍ରତିଦ୍ୱନ୍ଦ୍ୱୀ। ଆପଣଙ୍କ ସହିତ କାହାକୁ ତୁଳନା କରାଯାଇପାରିବ ନାହିଁ। ଆମେ ସବୁ ବେଳେ ଚାହିଁଥିଲୁ, ଆପଣ ସବୁଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରୁହନ୍ତୁ। ଆଜି କେବଳ ବିଜେଡି କର୍ମୀ ନୁହେଁ, ଅନ୍ୟ ଦଳର ପ୍ରତ୍ୟେକ ନେତା ଓ କର୍ମୀ କେଉଁଠି ନା କେଉଁଠି ଆପଣଙ୍କ ପାଇଁ ମନ ଦୁଃଖ କରୁଛନ୍ତି ବୋଲି ଏଲିନା କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisement

Leave a Reply

Your email address will not be published. Required fields are marked *