ପୁଣି ମସ୍କଙ୍କ ନୂଆ ପରିବର୍ତ୍ତନ , ଏଥର ହଟିବ ଫେକ୍ ଆକାଉଣ୍ଟ
1 min readନୂଆଦିଲ୍ଲୀ : ବିଶ୍ୱର ସର୍ବୋଚ୍ଚ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟ୍ୱିଟରକୁ ନିଜ ଅଧିନକୁ ନେଇଛନ୍ତି । ଅର୍ଥାତ୍ ଟ୍ୱିଟରକୁ କିଣିନେଇଛନ୍ତି ମସ୍କ । ଟ୍ୱିଟରକୁ କିଣିବା ପରେ ମସ୍କ କମ୍ପାନୀରେ ଅନେକଗୁଡିଏ ପରିବର୍ତ୍ତନ କରିଛନ୍ତି । ଯେପରି ମସ୍କ ଟ୍ୱିଟରର ସିଇଓ ପରାଗ ଅଗ୍ରୱାଲଙ୍କୁ ସହ ଆକାଉଣ୍ଟ ବିଭାଗର ୪ ଜଣ କର୍ମଚାରୀଙ୍କୁ ମଧ୍ୟ କମ୍ପାନୀରୁ ବହିସ୍କୃତ କରିଛନ୍ତି । ଏହାପରେ ମସ୍କ ଆଉ ଏକ ବଡ ଘୋଷଣା କରିଥିଲେ । ଯେଉଁମାନେ ଟ୍ୱିଟରର ବ୍ଲୁଟିକ୍ ଆକାଉଣ୍ଟ ବ୍ୟବହାର କରୁଛନ୍ତି । ସେମାନଙ୍କୁ ମାସିକ ୬୭୮ ଟଙ୍କା ଦେୟ ଦେବାକୁ ପଡିବ । ଏହା ସହ ସେ ଆଉ ମଧ୍ୟ କହିଥିଲେ ଯେ ଟ୍ୱିଟରକୁ ମାଗଣା ବ୍ୟବହାର କରିବାର ଆଦତ୍ କମାନ୍ତୁ । କାରଘ ଏଥର ସବୁ ଆକାଉଣ୍ଟ ଭେରିଫାଏଡ୍ ହେବ । ଏବଂ ଫେକ୍ ଆକାଉଣ୍ଟ ଗୁଡିକୁ ହଟାଇ ଦିଆଯିବ ।
ମସ୍କଙ୍କ କହିବା ଅର୍ଥ ଯେଉଁ ୟୁଜର୍ସମାନେ ସମୋନଙ୍କ ପରିଚୟ ବଦଳାଇବେ ସେମାନଙ୍କ ଆକାଉଣ୍ଟକୁ ବିନା ଆଗୁଆ ସୂଚନାରେ ସସ୍ପେଣ୍ଡ କରିଦିଆଯିବ ବୋଲି ମସ୍କ ଟ୍ୱିଟ୍ କରି କହିଛନ୍ତି। ଯଦି କିଛି ପାରୋଡି ଆକାଉଣ୍ଟ ଥିବ ତେବେ ତାହା ଉପରେ ସ୍ପଷ୍ଟ ଲେଖାଯିବା ଉଚିତ ଯେ, ଏହା ପାରୋଡି ଆକାଉଣ୍ଟ । ଅନ୍ୟର ନାମ ଓ ଫଟୋ ବ୍ୟବହାର କରୁଥିବା ଆକାଉଣ୍ଟକୁ ବନ୍ଦ କରିଦିଆଯିବ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପୂର୍ବରୁ ଆକାଉଣ୍ଟ ସସ୍ପେଣ୍ଟ କରିବାକୁ ନେଇ ଚେତାବନୀ ଦେଇଥିଲୁ, କିନ୍ତୁ ବର୍ତ୍ତମାନ ଆମେ ବ୍ୟାପକ ଯାଞ୍ଚ ଆରମ୍ଭ କରୁଛୁ। ଏବେ ଆଉ କୌଣସି ଚେତାବନୀ ଦିଆଯିବ ନାହିଁ, ଆକାଉଣ୍ଟକୁ ସିଧାସଳଖ ବନ୍ଦ କରିଦିଆଯିବ।
ଏଥିସହ ଯଦି କେହି ଟ୍ୱିଟର୍ ୟୁଜର୍ ନିଜ ନାଁ ବଦଳାନ୍ତି ତେବେ ତାଙ୍କ ବ୍ଲୁ ଟିକ୍ ଟେମ୍ପରାରୀ ରୂପେ ହଟାଇ ଦିଆଯିବ। ନିକଟରେ ଏଭଳି ଅନେକ ଆକାଉଣ୍ଟକୁ ବନ୍ଦ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।
ପ୍ରକୃତରେ ଏଲନ୍ ମସ୍କଙ୍କ ନାଁରେ ଅନେକ ଟ୍ୱିଟର ଆକାଉଣ୍ଟ ଥିଲା, ଯାହାକୁ ଲଗାତର ସସ୍ପେଣ୍ଟ କରାଯାଉଛି।