Pratidin TV

Odisha's Digital News Platform

ଜୁକରବର୍ଗଙ୍କୁ ଏଲନ୍ ମସ୍କ ଦେଲେ ଖୋଲା ଚ୍ୟାଲେଞ୍ଜ ..

ବିଶ୍ବର ଦୁଇ ପ୍ରମୁଖ ଧନୀ ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କ ମଧ୍ୟରେ ଲଢ଼େଇ ହେବା ନେଇ ଦୀର୍ଘଦିନରୁ ଚର୍ଚ୍ଚା ହେଉଛି।ମେଟା, ଥ୍ରେଡସ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଆରମ୍ଭ ହେବା ପରେ ୫୨ ବର୍ଷ ବୟସ୍କ ମସ୍କ୍ ଏବଂ ୩୯ ବର୍ଷ ବୟସ୍କ ଜୁକରବର୍ଗଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଥିଲା । ମେଟା, ଥ୍ରେଡସ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଆରମ୍ଭ ହେବା ପରେ ମସ୍କ୍ ଏବଂ  ଜୁକରବର୍ଗଙ୍କ ମଧ୍ୟରେ ତୀବ୍ର  ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିଲା ।

ଥ୍ରେଡ୍ ଏକ୍ସର ଏକ ନକଲ ବୋଲି ଅଭିଯୋଗ ହୋଇଥିଲା । ଆଉ ବର୍ତ୍ତମାନ ବୈଷୟିକ ଜଗତର ଦୁଇ ବଡ଼ ବ୍ୟକ୍ତିତ୍ୱ ଏଲନ୍ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପୁଣିଥରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି । ବର୍ତ୍ତମାନ ମସ୍କ ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଯେକୌଣସି ନିୟମ ନେଇ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଲଢ଼ିବାକୁ କହିଛନ୍ତି । ଆମେରିକାର ସଂସଦରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭାଷଣ କାର୍ଯ୍ୟକ୍ରମ ସମୟରେ ମସ୍କ ପୁଣି ଥରେ ମାର୍କ ଜୁକରବର୍ଗଙ୍କ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ପରେ ଜୁକରବର୍ଗଙ୍କ ମନ୍ତବ୍ୟ ଆସିଥିଲା । ସେ କହିଥିଲେ ଆମେ ପ୍ରକୃତରେ ଏହା କରୁଛୁ କି? ଏହାକୁ ନେଇ ସେମାନଙ୍କ ମଧ୍ୟରେ ପୁନର୍ବାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *