Pratidin TV

Odisha's Digital News Platform

ଭାରତ ଆସିବାକୁ ଯାଉଛନ୍ତି ଏଲନ ମସ୍କ……..ଭାରତୀୟ ବଜାରରେ ପ୍ରବେଶ ହୋଇପାରେ ଟେସଲା କମ୍ପାନୀ !

1 min read

ବିଶିଷ୍ଟ ଶିଳ୍ପପତି ତଥା ଟେସଲା ମୋଟର୍ସର ମାଲିକ ଏଲନ ମସ୍କ ଭାରତ ଅସୁଛନ୍ତ୍ତି | ଚଳିତ ମାସ ଶେଷ ଆଡକୁ ତାଙ୍କର ଏହି ଗସ୍ତ ସମ୍ଭାବନା ରହିଛି | ଏଲନ ମସ୍କ ମଧ୍ୟ ଏହି ସୂଚନାକୁ ନିଶ୍ଚିତ କରିଛନ୍ତି | ଭାରତକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଆପେକ୍ଷା କରି ଏଲନ ମସ୍କ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି |

ଏହା ପୂର୍ବରୁ ସୂତ୍ରରୁ ପ୍ରକାଶ ଯେ ଏପ୍ରିଲ ୨୨ ସପତାହାରେ ମସ୍କ ଭାରତ ଗସ୍ତ କରିବେ ବୋଲି ଆଶା କରାଯାଉଛି | ସୂଚନାନୁସାରେ ସେ ତାଙ୍କ ଗସ୍ତ ସମୟରେ ଦେହରେ ପୁଞ୍ଜି ବିନିଯୋଗ କରିବା ବିଷୟରେ ଏକ ବଡ ଘୋଷଣା କରିପାରନ୍ତି |

ତେବେ ଗତବର୍ଷ ଜୁନ ମାସରେ ଆମେରିକା ଗସ୍ତ ସମୟରେ ପ୍ରଧାମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ | ସେହି ସମୟରେ ଟେସଲା ସିଇଓ ମସ୍କ କହିଥିଲେ ଯେ ସେ ୨0୨4 ରେ ଭ୍ରାତ ଗସ୍ତ କରିବାର ସମ୍ଭାବନା କଥା କହିଥିଲେ | ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ କମ୍ପାନୀ ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ ହେବାକୁ ଯାଉଛି | ୨ ଶହ କୋଟିରୁ ୩ଶହ କୋଟି ଡଲାର୍ ନିବେଶ କରିପାରନ୍ତି ମସ୍କ । ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିପାରନ୍ତି ମସ୍କ।

Leave a Reply

Your email address will not be published. Required fields are marked *