Pratidin TV

Odisha's Digital News Platform

ଭାରତର ନିର୍ବାଚନ ପ୍ରକ୍ରିୟାକୁ ଏଲନ ମସ୍କ କଲେ ପ୍ରଶଂସା; ସୋସିଆଲ ମିଡିଆରେ ଦେଲେ ପ୍ରତିକ୍ରିୟା

1 min read

ମାଇକ୍ରୋ ବ୍ଲଗିଂ ସାଇଟର ମାଲିକ ତଥା ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମାସ୍କ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରୁଥିବା ବେଳେ ଆମେରିକାର ନିର୍ବାଚନ ପକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି | ଜଣେ ୟୁଜର୍ସ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ଆର୍ଟିକଲ ହେଡଲାଇନରେ ଅଛି | ଏଥିରେ ଲେଖା ଅଛି ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ ଗଣନା କରିଛି | ଏହା କିଛି ଚମତ୍କାର ଠାରୁ କମ ନୁହେଁ | ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏଲନ ମସ୍କ ଭାରତର ନିର୍ବାଚନ ପକ୍ରିୟାକୁ ପ୍ରଶଂସା କରିଛନ୍ତି |

ତାଙ୍କ ମନ୍ତବ୍ୟରେ ସେ କାଲିଫର୍ଣ୍ଣିଆରେ ନିର୍ବାଚନ ଫଳାଫଳ ବିଳମ୍ବରେ ସିଧାସଳଖ ଆକ୍ରମଣ କରିଥିଲେ। ମସ୍କ ନିଜର ତୀବ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ ଭାରତରେ ଦ୍ରୁତ ଗତିଶୀଳ ନିର୍ବାଚନ ଫଳାଫଳ ଏବଂ 2024 ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣନା ପ୍ରକ୍ରିୟା ମଧ୍ୟରେ ପାର୍ଥକ୍ୟକୁ ଗୁରୁତ୍ୱ ଦେଇଛନ୍ତି।

ଏହି ପୋଷ୍ଟର ପ୍ରତିକ୍ରିୟାରେ ଏଲନ ମାସ୍କ ଲେଖିଛନ୍ତି,ଭାରତଗାଟିଏ ଦିନରେ ୬୪ କୋଟି ଭୋଟ ଗଣାଯାଇଥିଲା କିନ୍ତୁ କାର୍ଲିଫର୍ଣ୍ଣିଆରେ ବୋଟ ଗଣତି ଜାରି ରହିଛି | ଆମେରିକରିବ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଶେଷ ହେବାର ୨ ସପ୍ତାହରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଭୋଟର ଗଣନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ | ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହି ବିଷୟରେ ପୋଷ୍ଟ କରିଛନ୍ତି | ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମସ୍କ ଏହାକୁ ‘ଦୁଃଖୀ’ ବୋଲି କହିଛନ୍ତି।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଘୋଷିତ କରାଯାଇଛି, କିନ୍ତୁ କାଲିଫର୍ଣ୍ଣିଆରେ ସମସ୍ତ ବାଲାଟ ପେପର ଗଣନା କରାଯାଇ ନାହିଁ। କାଲିଫର୍ନିଆରେ 1.6 କୋଟି ଲୋକ ଭୋଟ୍ ଦେଇଛନ୍ତି। ଏଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟକ ଲୋକ ମେଲ ମାଧ୍ୟମରେ ଭୋଟ୍ ଦେଇଥିଲେ |

Leave a Reply

Your email address will not be published. Required fields are marked *