Pratidin TV

Odisha's Digital News Platform

ଇତିହାସ ରଚିବେ ଏଲୋନ୍ ମସ୍କ ,ଦିଲ୍ଲୀରୁ ଆମେରିକା ମାତ୍ର ୩୦ମିନିଟ୍‌ ରେ ପହଞ୍ଚିବେ…

1 min read

ମାତ୍ର ୩୦ମିନିଟ୍‌ରେ ଦିଲ୍ଲୀ ବିମାନବନ୍ଦରରୁ ଆମେରିକାରେ ପହଞ୍ଚିବା ସମ୍ଭବ କି? ଆଜିର ସମୟରେ ଏହା କେବଳ କଳ୍ପନା କରାଯାଇପାରେ।ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ ଏହା ସମ୍ଭବ ବୋଲି କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଜଣେ ଉପଭୋକ୍ତାଙ୍କୁ ଉତ୍ତର ଦେବାବେଳେ ଏଲୋନ ମସ୍କ କହିଛନ୍ତି ଯେ ‘ଏହା କରାଯାଇପାରିବ’।ବର୍ତ୍ତମାନ ଏଲୋନ୍ ମସ୍କଙ୍କ ଉତ୍ତର ଭାଇରାଲ୍ ହୋଇଛି ।

ପ୍ରାୟ ଏକ ଦଶନ୍ଧି ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାରସିପ୍ ଲଞ୍ଚ କରିଥିଲା। ଏହି କମ୍ପାନୀର ଉଦ୍ଦେଶ୍ୟ ଥିଲା ସହରଗୁଡ଼ିକ ମଧ୍ୟରେ ବିମାନ ଆରମ୍ଭ କରିବା। ଲୋକଙ୍କ ଯାତ୍ରା ସମୟ ହ୍ରାସ କରିବାକୁ ଏଲୋନ୍ ମସ୍କ ଲକ୍ଷ୍ୟ ସ୍ଥିର କରିଥିଲେ। ରିପୋର୍ଟ ଅନୁଯାୟୀ, ଷ୍ଟାରସିପ୍ ଆମେରିକାର ଲସ୍ ଆଞ୍ଜେଲସ୍ ରୁ କାନାଡାର ଟରୋଣ୍ଟୋକୁ ମାତ୍ର ୨୪ ମିନିଟରେ, ବ୍ରିଟେନର ରାଜଧାନୀ ଲଣ୍ଡନରୁ ଆମେରିକାର ନ୍ୟୁୟର୍କ ସିଟି ପର୍ଯ୍ୟନ୍ତ ୨୯ ମିନିଟରେ, ନ୍ୟୁୟର୍କରୁ ଚାଇନାର ସାଂଘାଇ ପର୍ଯ୍ୟନ୍ତ ୩୯ ମିନିଟରେ ଏବଂ ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ମାତ୍ର ୩୦ ମିନିଟରେ ପହଞ୍ଚିପାରିବ।

Advertisement

ନିକଟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ତାଙ୍କ କ୍ୟାବିନେଟରେ ଏଲୋନ୍ ମସ୍କଙ୍କୁ ଏକ ବଡ଼ ଦାୟିତ୍ଵ ଦେଇଛନ୍ତି। ଟେସଲାର ସିଇଓଙ୍କୁ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ କରାଯାଇଛି। ଭାରତୀୟ ବଂଶଜ ଆମେରିକୀୟ ଶିଳ୍ପପତି ବିବେକ ରାମସ୍ୱାମୀ ଏହି କାର୍ଯ୍ୟରେ ଏଲୋନ୍ ମସ୍କଙ୍କୁ ସହଯୋଗ କରିବେ।

Leave a Reply

Your email address will not be published. Required fields are marked *