Pratidin TV

Odisha's Digital News Platform

ଟ୍ୱିଟ୍‌ର ଅଫିସରେ ତାଲା ପକାଇଲେ ମସ୍କ , ମେଲ ଦେଖି ଚମକିଗଲେ କର୍ମଚାରୀ

1 min read

ନୂଆଦିଲ୍ଲୀ : ବିଶ୍ୱର ସର୍ବୋଚ୍ଚ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟ୍ୱିଟରକୁ ନିଜ ଅଧିନକୁ ନେଇଛନ୍ତି । ଅର୍ଥାତ୍ ଟ୍ୱିଟରକୁ କିଣିନେଇଛନ୍ତି ମସ୍କ । ଟ୍ୱିଟରକୁ କିଣିବା ପରେ ମସ୍କ କମ୍ପାନୀରେ ଅନେକଗୁଡିଏ ପରିବର୍ତ୍ତନ କରିଛନ୍ତି । ଯେପରି ନିକଟରେ ମସ୍କ ଟ୍ୱିଟରର ସିଇଓ ପରାଗ ଅଗ୍ରୱାଲଙ୍କୁ ସହ ଆକାଉଣ୍ଟ ବିଭାଗର ୪ ଜଣ କର୍ମଚାରୀଙ୍କୁ ମଧ୍ୟ କମ୍ପାନୀରୁ ବହିସ୍କୃତ କରିଛନ୍ତି ମସ୍କ । ଏହାପରେ ଗତକାଲି ମସ୍କ ଆଉ ଏକ ବଡ ଘୋଷଣା କରିଥିଲେ । ଯେଉଁମାନେ ଟ୍ୱିଟରର ବ୍ଲୁଟିକ୍ ଆକାଉଣ୍ଟ ବ୍ୟବହାର କରୁଛନ୍ତି । ସେମାନଙ୍କୁ ମାସିକ ୬୭୮ ଟଙ୍କା ଦେୟ ଦେବାକୁ ପଡିବ । ଏହା ସହ ସେ ଆଉ ମଧ୍ୟ କହିଥିଲେ ଯେ ଟ୍ୱିଟରକୁ ମାଗଣା ବ୍ୟବହାର କରିବାର ଆଦତ୍ କମାନ୍ତୁ । କାରନ ଏଥର ସବୁ ଆକାଉଣ୍ଟ ଭେରିଫାଏଡ୍ ହେବ । ଏବଂ ଫେକ୍ ଆକାଉଣ୍ଟ ଗୁଡିକୁ ହଟାଇ ଦିଆଯିବ ।

ଏହାପରେ ମସ୍କ ଆଜିଠାରୁ ନିଜର ଆଉ ଏକ ଯୋଜନାକୁ ସର୍ବସାଧାରଣ କରିଛନ୍ତି । ସେ କମ୍ପାନୀରୁ ଅଯଥା କର୍ମଚାରିମାନଙ୍କୁ ହଟାଇଦେବାକୁ ଚାହୁଛନ୍ତି । ଏନେଇ ମସ୍କ ଆଜିଠାରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛନ୍ତି । ର୍ମଚାରୀଙ୍କୁ ମେଲ୍ ଜରିଆରେ ଏନେଇ ସୂଚନା ଦିଆଯିବ। କର୍ମଚାରୀଙ୍କୁ ଛଟେଇ କରି ମସ୍କ କମ୍ପାନୀର ୮୨ ଆରବ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି। ଏନେଇ କମ୍ପାନୀର ଏକ ଭିତିରିଆ ମେଲ୍ରୁ ଜଣାପଡିଛି।

Advertisement

ରଏଟର୍ସର ରିପୋର୍ଟ ମୁତାବକ, ଯେଉଁ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯିବ ସେମାନଙ୍କୁ ବାରମ୍ବାର ମେଲ୍ ଜରିଆରେ ସୂଚିତ କରାଯିବ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ କମ୍ପାନୀ ଏହାର କାର‌୍ୟ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିବ ଏବଂ କିଛି ସମୟ ପାଇଁ କର୍ମଚାରୀଙ୍କ ପ୍ରବେଶ ବନ୍ଦ ହୋଇଯିବ। ଯାହାଦ୍ୱାରା କୌଣସି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବ ନାହିଁ। ତେବେ କର୍ମଚାରୀମାନଙ୍କୁ ଆଜି ସକାଳୁ ହିଁ ମେଲ୍ ମାଧ୍ୟମରେ ସେମାନଙ୍କ ସ୍ଥିତି ବିଷୟରେ ସୂଚନା ଦିଆଯିବା ଆରମ୍ଭ ହୋଇଯାଇଛି।

କେବଳ ସେତିକି ନୁହେଁ ବଡ ଧରଣର ଛଟେଇ ଯୋଗୁ ଟ୍ୱିଟର୍ ଅସ୍ଥାୟୀ ରୂପେ ଅଫିସକୁ ବନ୍ଦ କରିବ। ଏଥିସହ କର୍ମଚାରୀଙ୍କ ପାଖରେ ଥିବା ସମସ୍ତ ବ୍ୟାଜ୍ ପ୍ରବେଶ ପ୍ରତ୍ୟାହାର କରିନେବ। ଏହା କର୍ମଚାରୀଙ୍କ ସମେତ ଟ୍ୱିଟର ସିଷ୍ଟମ ଓ ଗ୍ରାହକଙ୍କ ଡାଟାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *