Pratidin TV

Odisha's Digital News Platform

ଭାରତ ନଆସି ଚୀନ ଗଲେ ଚୀନ ଗଲେ ଏଲନ୍ ମସ୍କ ..

ଏଲୋନ ମସ୍କ ନିକଟରେ ଭାରତ ଆସିବା ଗସ୍ତକୁ ସ୍ଥଗିତ ରଖିଥିଲେ । ହେଲେ ଏବେ ସେ ହଠାତ୍ ଚାଇନା ଗସ୍ତରେ । ବୈଦ୍ୟୁତିକ ଯାନ ପ୍ରସ୍ତୁତି ପାଇଁ ଚୀନ୍ ମଧ୍ୟ ଦ୍ୱିତୀୟ ବୃହତ୍ତମ ବଜାର ଭାବରେ ପରିଗଣିତ ହୋଇଛି । ।ରିପୋର୍ଟରୁ ଜଣାପଡିଛି ଯେ ଚାଇନାକୁ ଏଲୋନ ମସ୍କଙ୍କ ଏହି ଗସ୍ତ ଭାରତ ଗସ୍ତ ସ୍ଥଗିତ ହେବାର ଏକ ସପ୍ତାହ ପରେ ଆସିଛି । ଭାରତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଭାରତୀୟ ବଜାରରେ ପ୍ରବେଶ କରିବାର ଯୋଜନା ଘୋଷଣା କରିଥିଲେ ।

ଏହି ବିଷୟରେ ଜ୍ଞାନ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କଠାରୁ ସୂଚନା ନେଇ ରଏଟର୍ସ କହିଛି ଯେ ଏପର୍ଯ୍ୟନ୍ତ ଏଲୋନ ମସ୍କ ଚାଇନା ଗସ୍ତରେ ଯାଇ ସ୍ୱୟଂ ଚାଳନା ବା ଫୁଲ ସେଲ୍ଫ ଡ୍ରାଇଭିଂ ସଫ୍ଟୱେୟାରର ରୋଲଆଉଟ ଏବଂ ଏହାର ସ୍ୱୟଂଚାଳିତ ଡ୍ରାଇଭିଂ ଟେକ୍ନୋଲୋଜି ପାଇଁ ଆଲଗୋରିଦମକୁ ତାଲିମ ଦେବା ପାଇଁ ଦେଶରେ ଏକାଠି କରାଯାଇଥିବା ଡାଟାକୁ ବିଦେଶକୁ ସ୍ଥାନାନ୍ତର କରିବାକୁ ମଞ୍ଜୁରୀ ପାଇବାକୁ ବେଜିଂରେ ଚାଇନାର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପ୍ରଶ୍ନର ଉତ୍ତରରେ ମସ୍କ କହିଛନ୍ତି ଯେ ଟେସଲା ଖୁବ ଶୀଘ୍ର ଚାଇନାରେ ଗ୍ରାହକଙ୍କ ପାଇଁ ୠଝଊ ଉପଲବ୍ଧ କରାଇପାରେ ।

Leave a Reply

Your email address will not be published. Required fields are marked *