Pratidin TV

Odisha's Digital News Platform

ଏଲୋନ ମସ୍କ ଙ୍କ ଭବିଷ୍ୟବାଣୀ , ମଙ୍ଗଳ ଗ୍ରହରେ ସୃଷ୍ଟି ହେବ ସହର …

1 min read

ବୈଚିତ୍ର୍ୟମୟ ଦୁନିଆରେ ଏମିତି ଅନେକ ଜିନିଷ ଅଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ନହୋଇ ରହି ହୁଏନାହିଁ। ସେଥିମଧ୍ୟରୁ ଗ୍ରହଜଗତ ଅନ୍ୟତମ। କିନ୍ତୁ ବିଜ୍ଞାନର ଉନ୍ନତି ଫଳରେ ଆମେ ଆମ ସୌରମଣ୍ଡଳରେ ଥିବା ସବୁ ଗ୍ରହ ବିଷୟରେ ଅଳ୍ପ ବହୁତ ତଥ୍ୟ ହାସଲ କରିପାରିଛୁ। ତେବେ ପୃଥିବୀ ବ୍ୟତୀତ ମଙ୍ଗଳ ଗ୍ରହକୁ ନେଇ ସବୁବେଳେ ଉତ୍କଣ୍ଠା ଲାଗି ରହିଥାଏ। ହେଲେ ଆଉ ବେଶି ଦୂର ନୁହେଁ ମଙ୍ଗଳ ଗ୍ରହ । କାରଣ ପୃଥିବୀ ପରେ ଏବେ ମଙ୍ଗଳ ଗ୍ରହରେ ସୃଷ୍ଟି ହେବ ନୂଆ ସହର । ନୂଆ ଗ୍ରହରେ ଗଢି ଉଠିବ ଜନବସତି । ଖୁବ ଶୀଘ୍ର ମଙ୍ଗଳ ଗ୍ରହରେ ବି ଜୀବନଯାପନ କରିହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ବର୍ତ୍ତମାନ ପୃଥିବୀ ପରେ ମଙ୍ଗଳ ଗ୍ରହରେ ମଧ୍ୟ ରାଜ୍ କରିବା ପାଇଁ ପ୍ଲାନ କରୁଛନ୍ତି ‘X’ ର ମୁଖ୍ୟ  ଏଲନ୍ ମସ୍କ । ଆସନ୍ତା 2 ବର୍ଷ ମଧ୍ୟରେ ସ୍ପେଶ ଏକ୍ସ (SpaceX) ପ୍ରଥମ ମାନବବିହୀନ ଷ୍ଟାରସିପ୍‌ ମଙ୍ଗଳ ଗ୍ରହକୁ ପଠାଇବା ଲାଗି ଯୋଜନା କରିଛି । ଏ ନେଇ ଶନିବାର X ସାଇଟ୍‌ରେ ଏଲନ ମସ୍କ ଘୋଷଣା କରିଛନ୍ତି । ଏହି ପ୍ରାରମ୍ଭିକ ମିଶନଗୁଡିକର ମୂଳ ଲକ୍ଷ୍ୟ ହେଉଛି ମଙ୍ଗଳ ଗ୍ରହରେ ଅବତରଣ କରିବାର ବିଶ୍ବସନୀୟତା ପରୀକ୍ଷା କରିବା । ଯଦି ଅବତରଣ ସଫଳ ହୁଏ ତେବେ ପ୍ରଥମ କ୍ରୁ ମହାକାଶ ଯାନକୁ 4ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ପଠାଯିବ । ରକେଟ ନିର୍ମାତା କମ୍ପାନୀ ସ୍ପେଶ ଏକ୍ସର ମୁଖ୍ୟ ଏଲନ ମସ୍କ ମଙ୍ଗଳ ଗ୍ରହରେ ଆତ୍ମନିର୍ଭର ସହର ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଆଗାମୀ 20ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରେ ସମ୍ପୂର୍ଣ୍ଣ ଭାବେ ଏକ ସହର ବସିବ ।

ଏଥିଲାଗି କମ୍ପାନୀ ଲଗାତାର ଗବେଷଣା ଜାରି ରଖିଛି । ମସ୍କ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି ଯେ ମଙ୍ଗଳ ଗ୍ରହରେ ଜୀବନକୁ ବ୍ୟବହାରିକ କରିବା ପାଇଁ ପ୍ରତି ଟନ୍ ପେଲୋଡ୍ ମୂଲ୍ୟକୁ ଏକ ବିଲିୟନ ଡଲାରରୁ 1ଲକ୍ଷ ଡଲାରକୁ ହ୍ରାସ କରିବାକୁ ପଡ଼ିବ। ସେ କହିଛନ୍ତି ଯେ ଏହି ଲକ୍ଷ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ କିନ୍ତୁ ଏହା ନୁହେଁ ଯେ ଏହା କେବେ ବି ହାସଲ ହୋଇପାରିବ ନାହିଁ ।ଏଲନ ମସ୍କଙ୍କ ମଙ୍ଗଳ ମିଶନ ସ୍ବପ୍ନ ପୂରଣ ହେବା ଲାଗି ପ୍ରଥମ ଥର ଲାଗି ସମୟ ସୀମାର ଖୁଲାସା ହୋଇଛି । ସେ କହିଛନ୍ତି ଯେ ଆଗାମୀ 20ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ସାଧାରଣ ସହରରେ ପରିବର୍ତ୍ତନ କରାଯିବ । ଏଥିଲାଗି ପ୍ରଯୁକ୍ତିବିଦ୍ୟାକୁ 10ହଜାର ଗୁଣ ଅଧିକ ଉନ୍ନତ କରିବାକୁ ପଡ଼ିବ । ଏହା ବହୁ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ ବୋଲି ଏଲନ କହିଛନ୍ତି । ଏହାସହିତ ସେ ନିଜର ଏକ୍ସ ପ୍ଲାଟଫର୍ମକୁ ଅଧିକ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାଦ୍ବାରା ୟୁଜରଙ୍କୁ ଆହୁରି ଉନ୍ନତମାନର ସେବା ମିଳିପାରିବ ।

Leave a Reply

Your email address will not be published. Required fields are marked *