Pratidin TV

Odisha's Digital News Platform

ଇସ୍ରୋ ଲୋଡିଲା ମସ୍କଙ୍କ ସହାୟତା,SpaceX ଲଞ୍ଚ କଲା ଭାରତୀୟ ସାଟେଲାଇଟ GSAT-20..

1 min read

ଇସ୍ରୋ ଲୋଡିଲା ଏଲନ ମସ୍କଙ୍କ ସହାୟତା । ଲଞ୍ଚ୍‌ ହେଲା ଭାରତୀୟ ସାଟେଲାଇଟ୍‌ GSAT-20 ।ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ISROର ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେଶ୍‌ ଇଣ୍ଡିଆ ଲିମିଟେଡ୍ (NSIL) ଚଳିତ ବର୍ଷ ଜାନୁଆରୀ 3 ତାରିଖରେ ଏଲନ୍ ମସ୍କଙ୍କ ସ୍ପେଶ୍ଏ‌କ୍ସ ସହିତ ପ୍ରଥମ ସହଯୋଗ ନେଇ ଘୋଷଣା କରିଥିଲା । ଖବର ଅନୁଯାୟୀ ଭାରତ 430ରୁ ଅଧିକ ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଛି, କିନ୍ତୁ ଏହି ଉପଗ୍ରହ ଏତେ ଭାରି ଥିଲା ଯେ ଭାରତୀୟ ଉତକ୍ଷେପଣ ଯାନ ଏହାକୁ ମହାକାଶକୁ ନେବାରେ ଅକ୍ଷମ ଥିଲା । ଏହି କାରଣରୁ ISROକୁ ଏଲନ ମସ୍କଙ୍କ ସ୍ପେଶ୍ଏ‌କ୍ସର ସହଯୋଗ ଲୋଡ଼ିବାକୁ ପଡ଼ିଲା ।

ତେବେ ଦୁନିଆର ସବୁଠୁ ଧନୀ ଉଦ୍ୟୋଗପତି ଏଲନ ମସ୍କଙ୍କ ସ୍ପେଶଏକ୍ସ (SpaceX)ର ଫାଲକନ-9 ରକେଟ ସହାୟତାରେ ଭାରତର ସବୁଠୁ ଉନ୍ନତ ସଞ୍ଚାର ସାଟେଲାଇଟ୍‌ (କମ୍ୟୁନିକେସନ ସାଟେଲାଇଟ୍‌)ର GSAT N-2 ବା GSAT 20 ସଫଳ ଉତକ୍ଷେପଣ କରାଯାଇଛି । ସାଟେଲାଇଟକୁ ଆମେରିକାର ଫ୍ଲୋରିଡାର କେପ୍‌ କାନାଭେରାଲରୁ ଭାରତୀୟ ସମୟ ମଙ୍ଗଳବାର ମଧ୍ୟରାତ୍ରି 12.36ରେ ଲଞ୍ଚ କରାଯାଇଛି । ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି 4700କିଲୋଗ୍ରାମର ଏହି ଭାରତୀୟ ସାଟେଲାଇଟ୍‌ GSAT-20କୁ ଡିଜାଇନ କରାଯାଇଛି । କୁହାଯାଉଛି ଏହି ସାଟେଲାଇଟ୍‌ ଥରେ କାର୍ଯ୍ୟକ୍ଷମ ହେଲେ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ। ଯାହାଫଳରେ ଆଗକୁ ଲୋକେ ବିମାନ ମଧ୍ୟରେ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ପାଇପାରିବେ। ଏହାକୁ ଭାରତୀୟ ବାୟୁସେନାରେ ବି ଅନୁମତି ମିଳିଯାଇଛି। ଜିଏସ୍‌ଏଟି-ଏନ୍‌୨ ନାମରେ ମଧ୍ୟ ଏହି ସାଟେଲାଇଟ୍‌ ପରିଚିତ। ଏହାକୁ ୩୨ଟି ୟୁଜର୍ ବିମ୍ ସହିତ ସଜାଯାଇଛି, ଯେଉଁଥିରେ ଆଠଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ ଟି ଚଉଡା ସ୍ପଟ୍ ବିମ୍ ଅଛି। ଯାହା ସମଗ୍ର ଭାରତରେ ଅବସ୍ଥିତ ହବ୍ ଷ୍ଟେସନ୍ ଦ୍ୱାରା ସମର୍ଥିତ ହେବ।

Advertisement

ସରକାରଙ୍କ ଦ୍ୱାରା ପରିଚାଳିତ ଇସ୍ରୋର ଏକ ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ଏସ୍‌ଆଇଏଲ୍‌) ଏହି ବର୍ଷ ଜାନୁଆରି ୩ ତାରିଖରେ ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ ପ୍ରଥମ ଥର ପାଇଁ ସହଯୋଗ ଘୋଷଣା କରିଥିଲା। ଏହି ସାଟେଲାଇଟ୍‌ର ଓଜନ 4700 କିଲୋଗ୍ରାମ ଏବଂ ଏହା 14 ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *