Pratidin TV

Odisha's Digital News Platform

ହମାସ ବିରୋଧରେ ଏଲନ ମସ୍କଙ୍କ କଡା ପଦକ୍ଷେପ, ଆତଙ୍କବାଦୀଙ୍କ ସହ ଜଡିତ ସମସ୍ତ ଆକାଉଣ୍ଟକୁ ହଟାଇଲା ‘X’

1 min read

ଅକ୍ଟୋବର ୭ରୁ ଜାରି ରହିଛି ଇସ୍ରାଏଲ-ହମାସ୍ ମଧ୍ୟ ଘମାଘୋଟ ଯୁଦ୍ଧ । ପ୍ରଥମେ ହମାସ ଏହି ଆକ୍ରମଣର କରିଥିବା ବେଳେ ଏହାର ଜବାବ ଦେଉଛି ଇସ୍ରାଏଲ । ଉଭୟ ଦେଶ ମଧ୍ୟରେ ସପ୍ତାହେରୁ ଅଧିକ ଦିନ ହେବ ଜାରି ରହିଛି ଏହି ମହାଯୁଦ୍ଧ । ତେବେ ଇସ୍ରାଏଲ ଉପରେ ଆକ୍ରମଣ କରିବା ହମାସ୍ ପାଇଁ ଏବେ ଏକ ବଡ଼ ସମସ୍ୟା ହୋଇଛି । ଇସ୍ରାଏଲ ଆକ୍ରମଣରେ ଛାରଖାର ହୋଇଗଲାଣି ଗାଜା ଷ୍ଟ୍ରିପ୍ । ଏହାରି ମଧ୍ୟରେ ହମାସ୍ ଆତଙ୍କବାଦୀ ସଂଗଠନକୁ ଲାଗିଛି ଆଉ ଏକ ବଡ଼ ଝଟକା । ସୋସିଆଲ ମିଡିଆ ‘‘X’’ ହମାସ୍ ସହ ଜଡ଼ିତ ବହୁ ଆକାଉଣ୍ଟକୁ ହଟାଇ ଦେଇଛି । ଆତଙ୍କବାଦୀ ସଂଗଠନ ପାଇଁ ଟୁଇଟର ଅର୍ଥାତ ‘ଢ’ରେ କୌଣସି ସ୍ଥାନ ନାହିଁ ବୋଲି ଏଲନ୍ ମସ୍କ କହିଛନ୍ତି ।

ସୂଚନା ଅନୁସାରେ ୟୁରୋପୀୟ ୟୁନିଅନ୍ ମୁଖ୍ୟ ଥିଏରି ବ୍ରେଟନ୍ ଇସ୍ରାଏଲ୍‌-ହମାସ୍ ଯୁଦ୍ଧ ସମୟରେ ଇୟୁ ଅନଲାଇନ୍ ବିଷୟବସ୍ତୁ ନିୟମକୁ କିପରି ଅନୁସରଣ କରୁଛନ୍ତି ସେ ସମ୍ବନ୍ଧରେ ଏଲନ୍ ମସ୍କଙ୍କଠାରୁ ସୂଚନା ମାଗିଥିଲେ । ଏହା ସହ ପ୍ଲାଟଫର୍ମ ମାଧ୍ୟମରେ ଭୁଲ ତଥ୍ୟ ବିସ୍ତାରକୁ ନେଇ ଚିନ୍ତା ପ୍ରକଟ କରିଥିଲେ ବ୍ରେଟନ୍ ।ଏହାର ଜବାବରେ କମ୍ପାନୀ ସିଇଓ ୟାକାରିନୋ କହିଛନ୍ତି କି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠୁ ଏବେ ପର୍ଯ୍ୟନ୍ତ ଟ୍ୱିଟର ହମାସ୍ ସହ ଜଡ଼ିତ ବହୁ ଆକାଉଣ୍ଟ ଚିହ୍ନଟ କରିସାରିଛି । ଏବଂ ସେହି ସବୁ ଆକାଉଣ୍ଟକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି । କେବଳ ଏତିକି ନୁହେଁ ଯୁଦ୍ଧ ସହ ଜଡ଼ିତ ବହୁ କଣ୍ଟେଟକୁ ମଧ୍ୟ ହଟାଇ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *