Pratidin TV

Odisha's Digital News Platform

ଏଲଭିଶ ଯାଦବଙ୍କୁ ମିଳିଲା ଜାମିନ , ପାଞ୍ଚ ଦିନ ପରେ ଜେଲ୍ ରୁ ବାହାରିବେ ୟୁଟ୍ୟୁବର..

1 min read

ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ମିଳିଲା ଜାମିନ । ମାର୍ଚ୍ଚ ୧୭ରେ ଗିରଫ ହୋଇଥିବା ଏଲଭିଶ ଯାଦବ ୫ଦିନ ଜେଲ୍‌ରେ ରହିବା ପରେ ତାଙ୍କୁ ଜାମିନ ମିଳିଛି । ଓକିଲମାନେ ଗୁରୁବାର ଜାମିନ ଆବେଦନ କରିଥିଲେ । ଯାହା ଉପରେ ଆଜି ଶୁଣାଣି କରି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜି ବିଳମ୍ବିତ ରାତିରେ ଏଲଭିସ୍ ଯାଦବଙ୍କୁ ଜେଲରୁ ବାହାରିବେ ବୋଲି ଆଶା କରାଯାଉଛି । ୫୦ ହଜାର ଟଙ୍କାର ଜାମିନ ଅର୍ଥ ରାଶି ଜମା କରିବା ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।ତେବେ ଏହି ମାମଲା ନେଇ ଏଲଭିସଙ୍କ ଓକିଲ ପ୍ରଶାନ୍ତ ରାଠୀ କହିଛନ୍ତି, “କୋର୍ଟ ଏଲଭିଶ ଯାଦବଙ୍କୁ ଲକ୍ଷେ ଟଙ୍କା ସହ ଜାମିନ ପ୍ରଦାନ କରିଛନ୍ତି । ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ସେ ଏକ ମିଥ୍ୟା ମାମଲାରେ ଜଡିତ ଅଛନ୍ତି । ଏଣୁ ଜାମିନ ମିଳିଛି । ତାଙ୍କ ସହିତ ତାଙ୍କର ଦୁଇ ସାଙ୍ଗ ମଧ୍ୟ ଜାମିନ ପାଇଛନ୍ତି ।”

ସୂଚନାଯୋଗ୍ୟ, ସାପ ବିଷ ମାମଲାରେ ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କୁ ନୋଏଡ଼ା ପୁଲିସ ଗିରଫ କରିଥିଲା । ଗତ ବର୍ଷ ସେକ୍ଟର ୩୯ରେ ଏହି ମାମଲାରେ ଅଭିଯୋଗ ହୋଇଥିଲା । ମାର୍ଚ୍ଚ ୧୭ ତାରିଖରେ ଏଲଭିଶ୍ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରିଥିଲା ପୁଲିସ । ନୋଏଡାରେ ହୋଇଥିବା ରେଭ୍ ପାର୍ଟିରୁ ଯେଉଁ ନମୁନା ସଂଗ୍ରହ ହୋଇଥିଲା ତାକୁ ଯାଞ୍ଚ ପାଇଁ ଜୟପୁର ପରୀକ୍ଷାଗାରକୁ ପଠାଯାଇଥିଲା । ନମୁନାର ଏଫଏସଏଲ୍ ରିପୋର୍ଟରେ କୋବ୍ରା କ୍ରେଟ୍ ପ୍ରଜାତିର ସାପ ବିଷ ମିଳିଥିଲା । ଗତ ବର୍ଷ ନଭେମ୍ବରରେ ନୋଏଡା ପୁଲିସ ବଡ ଖୁଲାସା କରି ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ସେ ସାପ ବିଷ ବିକିବା ସହ ରେଭ୍ ପାର୍ଟି ଆୟୋଜିତ କରୁଥିଲେ ଯେଉଁଥିରେ ଯୁବପିଢିମାନେ ସ୍ନେକ ବାଇଟ୍ ନେଉଥିଲେ ।

Leave a Reply

Your email address will not be published. Required fields are marked *