Pratidin TV

Odisha's Digital News Platform

ଅଡୁଆରେ ଏଲଭିଶ ଯାଦବ , ପୁଣି ଥରେ ହୋଇପାରନ୍ତି ଗିରଫ !

1 min read

ଏଲଭିଶ ଯାଦବଙ୍କ ପିଛା ଛାଡୁନି ବିବାଦ । ଗୋଟିଏ ସମାସ୍ୟାର ସମାଧାନ ନହେଉଣୁ ପୁଣି ଆଉ ଗୋଟେ ସମସ୍ୟା ଆସି ଉଭା ହୋଇଛି । ପୁଣିଥରେ ସେହି ସମାନ ମାମଲା ସାମ୍ନାକୁ ଆସିଛି । ପୁଣିଥରେ ଏଲଭିଶ ଯାଦବଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । କେବଳ ବିଗବସ୍ ଓଟିଟି-୨ ୱିନର ଏଲଭିସ ଯାଦବଙ୍କ ନାମରେ ନୁହେଁ ଗାୟକ ଫାଜିଲ ପୁରିଆଙ୍କ ନାମରେ ମଧ୍ୟ ୠଓଜ ପଞ୍ଜିକୃତ ହୋଇଛି । ଏହି ମାମଲା ମଧ୍ୟ ସାପ ସହ ଜଡିତ । ଜେଲ୍ ରୁ ମୁକୁଳିବା ପରେ ନିଜର ଏକ ମ୍ୟୁଜିକ ଭିଡିଓରେ ନିଷିଦ୍ଧ ଘୋଷିତ ସାପଙ୍କୁ ବ୍ୟବହାର କରିବା ଅଭିଯୋଗରେ ମାମଲା ଦାୟର ହୋଇଛି ।

ଏଲଭିସଙ୍କ ଭିଡିଓକୁ ନିଷିଦ୍ଧ କରିବା ଲାଗି ପ୍ରାଣୀ ଅଧିକାରୀ କର୍ମୀ ସୌରଭ ଗୁପ୍ତା କୋର୍ଟଙ୍କ ନିକଟରେ ଅନୁରୋଧ କରିବା ପରେ ପରେ ଗୁରୁଗ୍ରାମ ପୋଲିସରେ ଦାୟର ହୋଇଛି ଏଫଆଇଆର । ଏକ ଭାଇରାଲ ଭିଡିଓରେ ଏଲଭିସ ଓ ଅନ୍ୟ ୫୦ ଜଣ ସାପଗୁଡିକ ସହ ଭିଡିଓରେ ଦେଖାଯାଉଛନ୍ତି । ଏହି ସାପଗୁଡିକୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ନିଷିଦ୍ଧ ଷୋଷଣା କରାଯାଇଛି । ଏଲଭିସଙ୍କ ସହ ଗାୟକ ରାହୁଲ ଯାଦବ ଓରଫ ଫଜଲପୁରିଆଙ୍କ ନାମରେ ଏଫଆଇଆର ଦାୟର ହୋଇଛି । କିଛିଦିନ ପୂର୍ବରୁ ସାପ ବିଷ ମାମଲାରେ ଏଲଭିସଙ୍କୁ ଗିରଫ କରିଥିଲା ନୋଏଡା ପୋଲିସ । ଗିରଫ ହେବା ପରେ ସାତ ଦିନ ଜେଲ୍ ରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା । ୫୦ ହଜାର ଟଙ୍କାର ବେଲ୍ ବଣ୍ଡରେ ସେ ଜାମିନ ପାଇଥିଲେ ।ଜେଲ୍ ରୁ ବାହାରିବା ପରେ ସେ କହିଥିଲେ ଯାହା ହୋଇଯାଇଛି ତାହା ସରିଯାଇଛି । ସେ ଏବେ ନୂଆ କରି ଜୀବନ ଆରମ୍ଭ କରିବାକୁ ଚାହୁଁଛନ୍ତି । ହେଲେ ପୁଣି ଥରେ ତାଙ୍କ ନାମରେ ୠଓଜ ପଞ୍ଜିକୃତ ହେବା ପରେ ଏଲଭିଶଙ୍କ ପାଇଁ ଅଡୁଆ ବଢିଛି ।

Advertisement

Leave a Reply

Your email address will not be published. Required fields are marked *