Pratidin TV

Odisha's Digital News Platform

ଟ୍ୱିର୍ଟର ୟୁଜର୍ସଙ୍କ ପାଇଁ ବଡ ଖବର : ହ୍ୟାକ୍ ହେଲା ୨୦୦ ମିଲିୟନ ଆକାଉଣ୍ଟ

1 min read

ନୂଆଦିଲ୍ଲୀ : ଟ୍ୱିଟର ୟୁର୍ଜସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ।ସୁରକ୍ଷିତ ନୁହେଁ ଟ୍ୱିଟର । ସାମ୍ନାକୁ ଆସିଲା ଚକିତ କଲାଭଳି ରିପୋର୍ଟ । ୨୦୦ ମିଲିୟନରୁ ଅଧିକ ୟୁଜର୍ସଙ୍କ ଇମେଲ ଆଇଡି ହୋଇଛି ଲିକ । ଟୁଇଟର ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କାରଣ ଟୁଇଟର ୟୁଜର୍ସଙ୍କ ଡାଟା ସହ ଜଡିତ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି ।

ଏକ ସୁକ୍ୟୁରିଟି ରିସର୍ଚ୍ଚ ବୁଧବାର ଦାବି କରିଛି କି ହ୍ୟାକର୍ସ ୨୦୦ ମିଲିୟନରୁ ଅଧିକ ଟୁଇଟର ୟୁଜର୍ସଙ୍କ ଇମେଲ ଆଡ୍ରେସ ଚୋରି କରି ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରିଦିଆଯାଇଛି । ଏହି ଖବର ଜଣାପଡିବା ପରେ ଅନେକେ ଟୁଇଟର ୟୁଜର୍ସ ଚିନ୍ତାରେ ପଡିଯାଇଛନ୍ତି । ହେଲେ ଟୁଇଟର ପକ୍ଷରୁ ଏହାକୁ ନେଇ କୌଣସି ଟିପ୍ପଣି ଦିଆଯାଇ ନାହିଁ । ଇସ୍ରାଏଲ ସାଇବର ସୁକ୍ୟୋରିଟି ମନିଟରିଂ ଫର୍ମ ହଡସନ ରକର ସହ-ସଂସ୍ଥାପକ ଅଲୋନ ଗେଲ ଲିଙ୍କଡଇନରେ ଲେଖିଛନ୍ତି, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏହି ଘଟଣାରେ ବହୁତ ହ୍ୟାକିଂ, ଟାର୍ଗେଟ ଫିସିଂ ଓ ଡକ୍ସିଂକୁ ପ୍ରୋତ୍ସାହନ ମିଳିବ । ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ଲିକ ମଧ୍ୟରୁ ଗୋଟିଏ ।

Advertisement

ଗେଲ ପ୍ରଥମଥର ୨୪ ଡିସେମ୍ବରରେ ସୋସିଆଲ ମିଡିଆରେ ଏହି କଥା ପ୍ରକାଶ କରି ଏକ ପୋଷ୍ଟ କରିଥିଲେ । ଗେଲ ଆହୁରି ମଧ୍ୟ ଲେଖିଥିଲେ କି ଏହା ସ୍ପଷ୍ଟ ହୋଇନାହିଁ କି ଟୁଇଟର ଏହାର ଯାଂଚ କରିବାକୁ ଅବା ଏହାର ସମାଧାନ କରିବାକୁ କ’ଣ ପଦକ୍ଷେପ ନେଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ୪୦୦ ମିଲିୟନ ଲୋକଙ୍କର ଇ-ମେଲ ଆଡ୍ରେସ ସହ ଫୋନ୍ ନମ୍ବର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ କିଏ ଏହାକୁ ଚୋରି କଲା ? ସେ କେଉଁଠିକାର ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ପୁଣି ୨୦୦ ମିଲିୟନ ୟୁଜରଙ୍କ ତଥ୍ୟ ଚୋରି ନେଇ ଆସିଥିବା ଅଭିଯୋଗ ୟୁଜରଙ୍କ ଚିନ୍ତା ବଢାଇଛି । ବାରମ୍ବାର ଟ୍ୱିଟରରେ ଏଭଳି ତଥ୍ୟ ଚୋରି ହେଉଥିବାରୁ ଏହା ଆଉ ସୁରକ୍ଷତି ନୁହେଁ ବୋଲି ୟୁଜରମାନେ ଚିନ୍ତା କଲେଣି ।

Leave a Reply

Your email address will not be published. Required fields are marked *