Pratidin TV

Odisha's Digital News Platform

ମୃତ୍ୟୁ ପରେ ଆତ୍ମା ସହ କ’ଣ ଘଟିଥାଏ? ତାହାର ଖୁଲାସା କଲେ ଏହି ମହିଳା…

1 min read

ଆମେରିକା: ମଣିଷର ମୃତ୍ୟୁ ହୁଏ କିନ୍ତୁ ଆତ୍ମାର ମୃତ୍ୟୁ ନାହିଁ । କୁହାଯାଏ ଯେ ଆତ୍ମା ହେଉଛି ଅମର । ମୃତ୍ୟୁ ପରେ ଆତ୍ମା କୁଆଡେ ଯାଏ ଏବଂ କଣ କରେ ବା ତା ସହ କ’ଣ ଘଟେ ତାହା କେହି କହି ପାରନ୍ତି ନାହିଁ । କିନ୍ତୁ କେହି କେହି ଆତ୍ମାକୁ ଦେଖିଥିବା କହୁଥିଲା ବେଳେ ଆମେ ତାହାକୁ ବିଶ୍ୱାସ କରିନଥାଉ । କାରଣ ଆମେ ଯାହା ଆଖିରେ ଦେଖି ନଥାଉ ତାହେଲେ ବିଶ୍ୱାସ କିପରି କରିବୁ? ତେଣୁ ଆମେ ଏହାକୁ ଅନ୍ଧ ବିଶ୍ୱାସ କହିଥାଉ । କିନ୍ତୁ ଆମେରିକାର ଏମିଲି ଡେକ୍ସଟର ନାମକ ଜଣେ ମହିଳା ଏପରି ଦାବି କରିଛନ୍ତି ଯେ ସେ ମୃତ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି ବୋଲି । ଖାଲି ସେତିକି ନୁହେଁ ମହିଳା ଜଣକ କହିଛନ୍ତି ଯେ ମୃତ୍ୟୁ ପରେ ଆତ୍ମା କୁଆଡେ ଯାଆନ୍ତି ଏବଂ ସେମାନଙ୍କ ସହିତ କ’ଣ ଘଟେ ବୋଲି ।


ଖବର ଅନୁଯାୟୀ, ଏମିଲି ଦାବି କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ତା’ର ଆତ୍ମା ଏକ ସ୍ୱତନ୍ତ୍ର ସ୍ଥାନକୁ ଯାଏ । ମୃତ୍ୟୁ ପରେ ବ୍ୟକ୍ତିଙ୍କ ଆତ୍ମା ୧-୨ ସପ୍ତାହ ପର୍ଯ୍ୟନ୍ତ ଘୁରି ବୁଲେ ଏବଂ ତାଙ୍କ ପ୍ରୟଜନଙ୍କ ନିକଟରେ ରହିଥାଏ । ପରେ ସେହି ଆତ୍ମାକୁ ଏପରି ଏକ ସ୍ଥାନକୁ ଯିବାକୁ ପଡେ ଯେଉଁଠାରେ ତାକୁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ବ୍ୟକ୍ତି ବଞ୍ଚିଥିବା ବେଳେ ଯାହା କୁକର୍ମ କରିଥାଏ । ସେଥିପାଇଁ ଏହି ସମୟରେ ସେ ଦଣ୍ଡ ଭୋଗି ଥାଏ । ଏମିଲି ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଲୋକଙ୍କୁ ସେମାନଙ୍କର କାର୍ଯ୍ୟ ଅନୁଯାୟୀ ଯନ୍ତ୍ରଣା ଭୋଗିବାକୁ ପଡିବ । କିଛି ଲୋକଙ୍କୁ କେବଳ ଗୋଟିଏ ସପ୍ତାହ ପାଇଁ ଯନ୍ତ୍ରଣା ଭୋଗିବାକୁ ପଡିପାରେ, କେତେକଙ୍କୁ ଗୋଟିଏ ବର୍ଷ ପାଇଁ ଏବଂ କେତେକଙ୍କୁ ୫ ବର୍ଷ ପାଇଁ ମଧ୍ୟ ଯନ୍ତ୍ରଣା ଭୋଗିବାକୁ ପଡିପାରେ ।

Advertisement

ଏମିଲି କହିଛନ୍ତି ଯେ ନିର୍ଯାତନାର ଶିକାର ହେବା ପରେ ଆତ୍ମା ନିଜର ପ୍ରିୟଜନଙ୍କୁ ମାର୍ଗଦର୍ଶନ କରନ୍ତି । ଯାହାଫଳରେ ତାଙ୍କ ପରେ ଯାହାର ମୃତ୍ୟୁ ହୁଏ । ତାଙ୍କୁ ସେତେ କଷ୍ଟ ଭୋଗିବାକୁ ପଡିନଥାଏ । ଏମିଲି କହିଛନ୍ତି ପିଲାଦିନରୁ ତାଙ୍କ ପାଖରେ ଏପରି ‘ଶକ୍ତି’ ଅଛି ଯେ ସେ ମୃତ ଲୋକଙ୍କୁ ମଧ୍ୟ ଦେଖି ପାରନ୍ତି । ଅନେକ ଥର ସେ ତାଙ୍କର ମୃତ ସମ୍ପର୍କୀୟଙ୍କ ଆତ୍ମାକୁ ଦେଖିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଥିବା ମଧ୍ୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *