Pratidin TV

Odisha's Digital News Platform

ୱାର୍ଲ୍ଡକପ ଫାଇନାଲ ପୂର୍ବରୁ ନିରାଶ ହେଲେ ରୋହିତ ଶର୍ମା, କହିଥିଲେ ନିଜର ମନର କଥା..

ଆରମ୍ଭ ହୋଇ ଯାଇଛି କାଉଣ୍ଟ ଡାଉନ୍ । ହାତରେ ମାତ୍ର ଆଉ ୨୨ ଘଣ୍ଟା ରହିଛି । ତେବେ ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ପ୍ରସ୍ତୁତ ଭାରତର କୋଟି କୋଟି ପ୍ରଶଂସକ । ପ୍ରସ୍ତୁତ ଟିମ୍ ଇଣ୍ଡିଆ ଆଉ ପ୍ରସ୍ତୁତ କଙ୍ଗାରୁ ଦଳ । ୧ ଲକ୍ଷ ୩୦ ହଜାର କ୍ରିକେଟ୍‌ପ୍ରେମୀଙ୍କ ଉପସ୍ଥିତିରେ ହେବ ଫାଇନାଲ ଫାଇଟ । ଟାଇଟଲ୍ ଲଢେଇ ପାଇଁ ଜାନ୍ ଲଗାଇଦେବେ ଦୁଇ ଦଳର ଖେଳାଳି । ରୋହିତ ବାହିନୀ ପୂରାପୂରି ରେଡି । ଆଉ ମେନ୍ ଇନ୍ ବ୍ଲୁକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିସାରିଛି ଅଷ୍ଟ୍ରେଲିଆ । ହେଲେ ଏବେ ନିଜର ପୁରୁଣା କଥାକୁ ମନେ ପକାଇଛନ୍ତି ରୋହିତ୍ ଶର୍ମା । ଆଉ କହିଛନ୍ତି ‘ବିଶ୍ୱକପ୍ ସ୍କ୍ୱାର୍ଡରେ ମୁଁ ସ୍ଥାନ ପାଇନଥିଲି । ମୋତେ ବହୁତ ନିରାଶ କରିଦେଇଛି । ହେଲେ ମୋତେ ଏବେ ଆଗକୁ ବଢିବାର ଅଛି । ହେଲେ ସତ କହିବାକୁ ଗଲେ ଏହା ମୋ ପାଇଁ ବହୁତ ବଡ ଝଟକା ଥିଲା ।

ଏଭଳି କିଛି କଥା କହିଛନ୍ତି ଭାରତୀୟ ଅଧିନାୟକ ରୋହିତ୍ ଶର୍ମା । ୧୨ ବର୍ଷ ପୂର୍ବରୁ ଅର୍ଥାତ ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ଯିଏ ଖେଳିବାକୁ ସୁଯୋଗ ପାଇନଥିଲେ ସେ ଆଜି ଭାରତୀୟ ଦଳକୁ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ସେତେବେଳେ ଖୁବ ନିରାଶ ହୋଇଥିଲେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା । ସାମାଜିକ ଗଣମାଧ୍ୟମରେ ନିଜର ନୈରାଶ୍ୟ ଭାବନାକୁ କହିଥିଲେ ରୋହିତ । ଯେଉଁ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।୨୦୧୧ ଦିନିକିଆ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇନଥିଲା । ସେତେବେଳେ ତାଙ୍କର ପ୍ରଦର୍ଶନ ଏତେଟା ଭଲ ନଥିଲା । ଯେଉଁଥି ପାଇଁ ତାଙ୍କୁ ସ୍କ୍ୱାର୍ଡରେ ସାମିଲ କରାଯାଇନଥିଲା । ଆଉ ଏହାକୁ ନେଇ ଟ୍ୱିଟ୍ କରି ଅତୋତ୍ସାହିତ ହୋଇପଡିଥିଲେ ରୋହିତ ଶର୍ମା । ଆଉ ସୋସିଆଲ ମିଡିଆରେ କହିଥିଲେ ନିଜ ନର କଥା ।

Leave a Reply

Your email address will not be published. Required fields are marked *