Pratidin TV

Odisha's Digital News Platform

ମିଳିଲାନୀ ୨ ମାସର ଦରମା , ରଡ୍‌ରେ ପିଟି ମାଲିକର ଜୀବନ ନେଇଗଲା କର୍ମଚାରୀ ।

ବୌଦ୍ଧ ; ବକେୟା ଦରମା ଟଙ୍କା ପାଇଁ ହତ୍ୟାକାଣ୍ଡ । ଏମିତି କିଛି ଘଟଣା ଘଟିଛି ସମ୍ବଲପୁର ଅଇଁଠାପାଲି ଅନ୍ତର୍ଗତ ଉପର ଛକ ନିକଟରେ । ଜଣେ କର୍ମଚାରୀ ନିଜ ମାଲିକ କୁ ବକେୟା ଦରମା ଟଙ୍କା ପାଇଁ ହତ୍ୟା କରିଥିବା ଘଟଣା ଘଟିଛି । ତେବେ ପୋଲିସ ଆଜି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲାର ଗୋପବନ୍ଧୁ ବେହେରା ହୋଇଥିବା ନେଇ ଆଜି ପୋଲିସ ସୂଚନା ଦେଇଛି ।

ପୋଲିସ ସୂଚନା ଅନୁସାରେ କାଇଁଶୀର ରୋଡ଼ ଏଲଆଇସି କଲୋନୀର ରଞ୍ଜିତ ସାହା କୋରିଅର ସଂଗ୍ରହକ କାର୍ଯ୍ୟ କରୁଥିଲେ । ଏଥିରେ ଅଭିଯୁକ୍ତ ଗୋପବନ୍ଧୁ ତାଙ୍କୁ କର୍ମଚାରୀ ଭାବେ ସହଯୋଗ କରୁଥିଲେ । ତେବେ ଦୁଇମାସ ର ବକେୟା ଦରମା ଟଙ୍କା ଗୋପବନ୍ଧୁ ପାଇ ନଥିବା ବେଳେ ଗତ ୨୫ ତାରିଖ ରାତିରେ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଠେଲାପେଲା ମଧ୍ୟ ହୋଇଥିଲା । ଏଥିରେ ଗୋପବନ୍ଧୁ ରାଗିଯାଇ ମାଲିକ ରଞ୍ଜିତ କୁ ଏକ ଲୁହା ରଡ଼ ସାହାଯ୍ୟରେ ଆତର୍କିତ ଆକ୍ରମଣ କରିଥିଲେ । ପରେ ତଥ୍ୟ ଓ ପ୍ରମାଣ ଲୁଚେଇବା ପାଇଁ ଘଟଣା ସ୍ଥଳରୁ ଫେରାର ହୋଇ ନିଜ ନାନୀ ଘର ସିନ୍ଦୁରପଙ୍କ ରେ ଯାଇ ଲୁଚି ଥିଲେ । ପରବର୍ତୀ ସମୟରେ ନିଜ ଉପରୁ ଦୋଷ ଛଡାଇବା ପାଇଁ ବସରୁ କୋରିଅର ସଂଗ୍ରହ କରିଥିଲେ । ତାହାସହ ନାଟକୀୟ ଢଙ୍ଗରେ କିଏ ତାଙ୍କ ମାଲିକ ଙ୍କୁ ଆକ୍ରମଣ କରିଥିବା କହି ଡାକ ଛାଡିଥିଲେ ।

ଏପରିକି ମାଲିକର ରକ୍ତ ଜୁଡୁବୁଡୁ ଶରୀର କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନେଇଥିଲେ । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ର ଡାକ୍ତର ମାନେ ମାଲିକ ରଞ୍ଜିତ ଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଜଣା ପଡିବା ପରେ ପୋଲିସ ପାରିପାର୍ଶ୍ୱକ ପରିସ୍ଥିତି, ସିସିଟିଭି ଓ ସନ୍ଧନୀ କୁକୁର ସହାୟତା ରେ ତଦନ୍ତ କରିଥିଲା । ତେବେ ତଦନ୍ତ ବେଳେ ମାଲିକ ରଞ୍ଜିତ ଙ୍କୁ ତାଙ୍କ କର୍ମଚାରୀ ଗୋପବନ୍ଧୁ ମାରିଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହାକୁ ନେଇ ଆଜି ସଦର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ରେ ନିଜ କାର‌୍ୟ୍ୟାଳୟ ଠାରେ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *