Pratidin TV

Odisha's Digital News Platform

ରାସ୍ତାକୁ ଓହ୍ଲାଇଲେ ଠିକା କର୍ମଚାରୀ ସଂଘ , ନୀଳାଚଳ ପ୍ଲାଣ୍ଟ ନାଁରେ ଆଣିଲେ ଅଭିଯୋଗ ।

ଯାଜପୁର ; କଳିଙ୍ଗନଗର ସ୍ଥିତ ନୀଳାଚଳ ପ୍ଲାଣ୍ଟ ସମୁଖରେ ଗଣଧାରଣା ବସିଥିବା ର ଦେଖିବାକୁ ମିଳିଥିଲା ଦରମା ନ ଦେବା ଓ କିଛି ଲୋକଙ୍କୁ ପୁନଃ ଚାକିରି ନ ଦେବା ଫଳରେ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳରେ ଥିବା ଟାଟା କମ୍ପାନୀ ବିଗତ ୨୦ ବର୍ଷ ହେଲା ସ୍ଥାନୀୟ ଅଂଚଳରେ ଲୋକଙ୍କୁ ୯୦ ପ୍ରତିଶତ ଅଣ କୁଶଳୀ,୬୦ପ୍ରତିଶତ ଅର୍ଦ୍ଧ କୁଶଳୀ,୩୦ପ୍ରତିଶତ ଅଧିକାରୀ ନିଯୁକ୍ତି ଦେବାକୁ କମ୍ପାନୀ ପ୍ରତିଶୁତି ଦେଇଥିବା ବେଳେ, କିଛି ନ କରି ବାହାର ରାଜ୍ୟରୁ କର୍ମଚାରୀ ଆଣିବା ଓ ଠିକା ଶ୍ରମିକ ମାନଙ୍କୁ ବିନା ନୋଟିସରେ ବାହାର କରି ସେମାନଙ୍କ ବକେୟା ଅର୍ଥ ନ ଦେବା ପ୍ରତିବାଦ ରେ ଆଜି କାରଖାନା ଫାଟକ ସମ୍ମୁଖ ରେ ଧାରଣ ରେ ବସିଛନ୍ତି ଶହ ଶହ ଠିକା ଶ୍ରମିକ। କମ୍ପାନୀ କତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଏଡିଏମ୍ ଙ୍କ ପର୍ଯ୍ୟନ୍ତ ଗୁହାରି ଜଣାଇବା ପରେ ବି କୈାଣସି ସୁଫଳ ନମିଳିବାରୁ ଆଜି ଧାରଣା ରେ ବସିଛନ୍ତି ।

ପୂର୍ବରୁ ନୀଳାଞ୍ଚଳ କମ୍ପାନୀ ଥିଲାବେଳେ ବିଭିନ୍ନ କର୍ମଚାରୀ ମାନଙ୍କୁ ବିନା ନୋଟିସ ରେ ବାହାର କରି ବକେୟା ଦରମା ନ ଦେବା ପରେ ଟାଟା କମ୍ପାନୀ ନେଲାପରେ ବକେୟା ସେପଟେ କମ୍ପାନୀ ପକ୍ଷରୁ ଏନେଇ କୌଣସି ପତିକ୍ରିୟା ମିଳିପାରି ନଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର କହିଛନ୍ତି । ଆମେ ୩ ରୁ୪ ଦିନ ଭିତରେ ତାଙ୍କ ସହ ମିଶି ଆଲୋଚନା କରି ସମାଧାନ କରିବୁ। ତେବେ ସେମାନଙ୍କ ଦାବୀ ପୁରଣ ନହେଲେ ଅନ୍ଦୋଳନ ଆହୁରି ତିବ୍ର ହେବ ବୋଲି ଚେତାବନି ଦେଇଛନ୍ତି ଠିକା ଶ୍ରମିକ ସାମ୍ମୁଖ୍ୟ ର କର୍ମକର୍ତ୍ତା ଓ ଶ୍ରମିକ ମାନେ।

Leave a Reply

Your email address will not be published. Required fields are marked *