Pratidin TV

Odisha's Digital News Platform

ପୁଲୱାମାରେ ଏନକାଉଣ୍ଟର , ସେନା ଗୁଳିରେ ଜଣେ ଆତଙ୍କୀ ସଫା ..

ନିର୍ବାଚନ ପୂର୍ବରୁ ଯବାନ ଙ୍କୁ ମିଳିଲା ବଡ଼ ସଫଳତା । ଯବାନଙ୍କ ଗୁଳିରେ ଟଳିଲା ଆତଙ୍କବାଦୀ । ଗୁରୁବାର ଭୋରୁ ଦକ୍ଷିଣ କାଶ୍ମୀରର ପୁଲୱାମାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ଯେଉଁଥିରେ ଜଣେ ଆତଙ୍କୀ ନିହତ ହୋଇଥିବାବେଳେ, ଆଉ ଜଣକୁ ସୁରକ୍ଷାକର୍ମୀମାନେ କବଜା କରିନେଇଛନ୍ତି । ସୂଚନା ଅନୁଯାୟୀ, ପୁଲୱାମାର ଅର୍ଶିପୋରା ଅଞ୍ଚଳରେ ୨ ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା ।

ଏହାପରେ ଆଜି ଭୋରରୁ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ୍ ଏବଂ ପୋଲିସର ମିଳିତ ସହଯୋଗରେ ସମଗ୍ର ଅଞ୍ଚଳରେ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ ପରେ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ, ସେହିପରି ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଘେରିଥିବା ଜଣାପଡିଛି । ଏବେ ବି ସେହି ସ୍ଥାନରେ ଏନକାଉଣ୍ଟର ଜାରି ରହିଛି । ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲୁ ରହିଛି ।ନା ଗୁଳିରେ ନିପାତ ହୋଇଥିବା ଆତଙ୍କୀଙ୍କ ମୃତଦେହ ପଡ଼ିଥିବା ବେଳେ ତାହାକୁ ଜବତ କରାଯାଇ ନ ଥିବା ସୂଚନା ମିଳିଛି।ହେଲେ ଏନେଇ ସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି । ସେଠି ଏବେ ବି ଏନକାଉଣ୍ଟର ଜାରି ରହିଛି ।

Leave a Reply

Your email address will not be published. Required fields are marked *