Pratidin TV

Odisha's Digital News Platform

ଜମ୍ମୁକଶ୍ମୀରରେ ଏନକାଉଣ୍ଟର ; ଯବାନଙ୍କ ଗୁଳିଲେ ଟଳିଲେ ୩ ଆତଙ୍କବାଦୀ ….

ଶ୍ରୀନଗର ; ଜମ୍ମୁ ଓ କାଶ୍ମୀରର ବାରମୂଳ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଯବାନଙ୍କ ଗୁଳିଲେ ଟଳିଲେ ୩ ଆତଙ୍କୀ । ଖବର ଅନୁଯାୟୀ ଆଜି ସକାଳ ସମୟରେ ସେନା ଓ ଜାମ୍ମୁକାଶ୍ମୀରର ମିଳିତ ବାହିନୀ ବାରାମୁଲାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏନକାଉଣ୍ଟର ଅପରେସନରେ ପ୍ରଥମେ ଏକ ଆତଙ୍କବାଦୀକୁ ହତ୍ୟା କରାଯାଇଥିବାବେଳେ ପରେ ଆଉ ଜଣକୁ ଖୋଜି ଖୋଜି ଏନକାଉଣ୍ଟର କରାଯାଇଥିଲା । ତେବେ ଏହି ସର୍ଚ୍ଚ ଅପରେଶବ ଜାରି ରହିଛି । ସମୃକ୍‌ତ ଅଞ୍ଚଳରୁ ଆତଙ୍କବାଦୀକୁ ନିପାତ କରିବା ପାଇଁ ସେନା ଏହି ସର୍ଚ୍ଚ ଅପରେଶନ ଜାରି କରିଛି ।

ଅନ୍ୟପଟେ ଅନନ୍ତନାଗର ଛାତିଥରା ଘଟଣା ପରେ ଆଜି ଚତୁର୍ଥଦିନରେ ମଧ୍ୟ ଆତଙ୍କବାଦୀକୁ ଖୋଜା ଚାଲିଛି । ମଙ୍ଗଳବାର କର୍ଣ୍ଣଲ ମନପ୍ରୀତ ସିଂହ, ମେଜର ଆଶିଷ ଧନୌକ ଓ ଜାମ୍ମୁକାଶ୍ମୀର ପୋଲିସ ଡିସିପି ହୁମାୟୁନ ଭଟ୍ଟଙ୍କୁ ଫାୟାରିଙ୍ଗ କରି ସହିଦ କରିଦେଇଥିଲେ ଆତଙ୍କୀ ଉଜୈର ଖାନ ଓ ତା ସାଥୀ ।

ଏଜାପରେ ସମୃକ୍ତ ଅଞ୍ଚଳରେ ଡ୍ରୋନ ଓ ହେଲିକପ୍ଟର ସାହାର୍ଯ୍ୟରେ ଲୁଚିରହିଥିବା କୁଖ୍ୟାତ୍ ଆତଙ୍କୀକୁ ଖୋଜୁଛି ସେନାର ସର୍ଚ୍ଚ ଟିମ୍ । ତେବେ କାଶ୍ମୀର ଜୋନର ଏଡିଜିପି ଙ୍କ ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଆଡ୍ଡାକୁ ସୁରକ୍ଷାକର୍ମୀ ବୋମା ମାଡ କରି ଧ୍ବସ୍ତ କରିଦେଇଛନ୍ତି ଏହାସହ ଟାର୍ଗେଟ ପାଖରେ ସୁରକ୍ଷାକର୍ମୀ ପହଞ୍ଚିଗଲେଣି ବୋଲି ମଧ୍ୟ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *