Pratidin TV

Odisha's Digital News Platform

ସାବଧାନ ! ଏଣିକି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଫାଇନ୍ ..

ଭୁବନେଶ୍ୱର : ସାବଧାନ ଏଣିକି ଗାଡିରେ ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଲାଣ କଟିବ । ଜାନୁଆରୀ ୧୫ ତାରିଖରୁ ଗଣିବାକୁ ଡିବ ଫାଇନ୍ । ଏଥର କିନ୍ତୁ କଟିବ ମୋଟା ଅଙ୍କର ଫାଇନ୍ । ୫ ରୁ ୧୦ ହଜାର ପର‌୍ୟ୍ୟନ୍ତ କଟିବ ଚାଲାଣ । ଏନେଂ ଏକ ପ୍ରେସ୍ ରିଲିଜ୍ ଜରିଆରେ ଅତିରିକ୍ତ ପରିବହନ କମିଶନର (ଏନ୍ଫୋର୍ସମେଣ୍ଟ୍) ଲାଲ ମୋହନ ସେଠୀ ସୂଚନା ଦେଇଛନ୍ତି।
ତେବେ ଯେଉଁସବୁ ଯାନବାହନର ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪, ୫ କିମ୍ବା ୬ ଥିବ ଏବଂ ସେହି ସବୁ ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନଥିବ, ସେହି ଗାଡ଼ି ମାଲିକଙ୍କଠାରୁ ଆସନ୍ତା ୧୫ ତାରିଖରୁ ଫାଇନ୍ ଆଦାୟ କରାଯିବ । ସରକାର ଏସବୁ ଜାନବାହାନ ପାଇଁ ଡିସେମ୍ବର ୩୧ ଯାଏ ଡେଡ୍ଲାଇନ ଦେଇଥିଲେ ମଧ୍ୟ ଏହାକୁ ଆଉ ୧୫ ଦିନ ପାଇଁ ବଢାଇଦେଇଥିଲେ ।

ଚାଲନ୍ତୁ ଜାଣିବା ଶେଷ ତାରିଖ କେଉଁ ଗାଡି ପାଇଁ କେତେ –
୭ ଓ ୮ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଚଳିତ ମାସ ୩୧ ତାରିଖ । ସେହିଭଳି ୯ ଓ ୦ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରି ୨୮ । ଏହା ପରେ ଗାଡିଗୁଡିକର ଯାଞ୍ଚ କରାଯାଇ ଜରିମାନା କଟାଯିବ ।

ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ (ଏନ୍ଫୋର୍ସମେଣ୍ଟ) ଲାଲ ମୋହନ ସେଠୀ କହିଛନ୍ତି, ୯.୧.୨୩ ସୁଦ୍ଧା ସମୁଦାୟ ୩୫,୫୬,୮୧୯ ଗାଡ଼ି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି। ଏଥିରୁ ୨୭,୨୪,୯୯୪ଟି ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଯାଇଛି।

Leave a Reply

Your email address will not be published. Required fields are marked *