Pratidin TV

Odisha's Digital News Platform

ପୁଣି ନ୍ୟୁଡ୍ କଲର ଶିକାର ହେଲେ, ଆଉ ଜଣେ ଇଞିନିୟର

1 min read

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ନିଜର କାୟା ବିସ୍ତାର କଲାନି ସାଇବର କ୍ରାଇମ । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ଖଟାଇ ଲୋକଙ୍କ ଅଜଣାତରେ ଲୁଟି ନଉଛନ୍ତି ଲକ୍ଷେ ଲକ୍ଷେ ଟଙ୍କା । ସେହିପରି ଗତ ଜୁଲାଇ ମାସରେ ସାଇବର କ୍ରାଇମ ଦ୍ୱାରା ଲୁଟାଯାଇଛି ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା । ତେବେ ଆଜି ପୁଣି ନଜରକୁ ଆସିଛି ଏକ ଜଘନ୍ୟ ଅପରାଧ । ପ୍ରଥମେ ଜଣେ ବିଟେକ୍ ଛାତ୍ର ଆଉ ଏବେ ଜଣେ ଇଞିନିୟର ଶିକାର ହୋଇଛନ୍ତି ନ୍ୟୁଡ୍ କଲର ।


ସୂଚନା ଅନୁଯାୟୀ ଇଞିନିୟର ଜଣଙ୍କ ଫୋନକୁ ପ୍ରଥମେ ଏକ ଅଜଣା ନଂରେ ହ୍ୱାଟ୍ସଆପ୍ ମାଧ୍ୟମରେ ନ୍ୟୁଡ୍ ଭିଡିଓ କଲ ଆସିଥିଲା । ସେ ରିସିଭ୍ କରି ଜାଣିଲା ପରେ ଫୋନଟିକୁ କାଟି ଦେଇଥିଲେ । କିନ୍ତୁ ମାତ୍ର କିଛି ମିନିଟ୍ ମଧ୍ୟରେ ଠକ ଜଣଙ୍କ ତାଙ୍କ ଫଠୋକୁ ଏଡିଟ୍ କରି ନେଇ ଯାଇଥିଲେ । ପରେ ତାକୁ ନ୍ୟୁଡ୍ ଭିଡିଓରେ ମିଶାଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ଏହାସହ ସେ ଭିଡିଓଟିକୁ ଫେସବୁକରେ ଟ୍ୟାଗ୍ କରି ଭାଇରାଲ କରାଇବା ଧମକ ମଧ୍ୟ ମିଳିଥିଲା ତାଙ୍କୁ ।

Advertisement

ଏନେଇ ଠକ ଜଣକ ୨ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା । ଏତେ ଟଙ୍କା ନଦେଇ ଯୁବକ ଜଣକ ସମ୍ନାନ ହାନି ଭୟରେ ପ୍ରଥମେ ୧୬ ହଜାର ଦେଇଥିଲେ । ଏହାପରେ ସେ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦେଇଥିଲେ । ଏନେଇ ଡିସିପି ପ୍ରତୀକ ସିଂ ତାଙ୍କୁ ଭୟଭିତ ନହେବାକୁ କହିଛନ୍ତି । ଆଉ ମଧ୍ୟ ଅଜଣା ଆକାଉଣ୍ଟକୁ ଟଙ୍କା ନପଠେଇବାକୁ ପରାମର୍ଶ ଦେଇଛନ୍ତି

Leave a Reply

Your email address will not be published. Required fields are marked *